Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ୩ ବିଜେଡି ନେତା ନିଯୁକ୍ତ

    Share on :
    ajab-Image
    Date: Aug 17, 2026    Views: 3115

    ଭୁବନେଶ୍ଵର : ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ବିଜେଡିର ୩ ନେତା ନିଯୁକ୍ତ। ବନ୍ୟାଞ୍ଚଳ ପରିଦର୍ଶନ କରି ପ୍ରଭାବିତଙ୍କ ସହ ଆଲୋଚନା କରିବେ ବିଜେଡିର ବରିଷ୍ଠ ନେତା। ଯାଜପୁର ଜିଲ୍ଲା ପାଇଁ ପ୍ରଦୀପ ଅମାତ, ଭଦ୍ରକ ପାଇଁ ଅରୁଣ ସାହୁ ଓ ବାଲେଶ୍ୱର ଜିଲ୍ଲା ପାଇଁ ସଞ୍ଜୟ ଦାସବର୍ମାଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ବନ୍ୟାଞ୍ଚଳ ବୁଲିବେ। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ କରିବେ ବୋଲି ସୂଚନା ମିଳିଛି। 

    ଡବଲ୍ ବନ୍ୟାରେ ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲା ଉବୁଟୁବୁ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ଘନଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି , ସ୍କୁଲ ଛୁଟି ଘୋଷଣା କରି ଦିଆଯଇଛି ।  ଏହା ଛଡା ପ୍ରଶାସନ ସମୁଦ୍ରକୁ ମାଛ ମାରିବା ଉପରେ କଟକଣା ଲଗାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଙ୍କେତ ପାଖରେ ପ୍ରବାହିତ ହେଉଛି। ସେହିପରି ସାଳନ୍ଦୀ ନଦୀ ରାଜଘାଟ ଠାରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ବନ୍ୟା ପାଇଁ ୧ ଲକ୍ଷ ୭ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି । ଧୁଷୁରୀରୁ ଯାଜପୁର ଯାଉଥିବା ରାସ୍ତାର ହସନାବାଦଠାରେ ରାସ୍ତା ଧୋଇଯିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେପଟେ ବନ୍ୟା ବିପନ୍ନ ହିନସ୍ତା ହେଉଛନ୍ତି। କୋଚିଳା ଓ ବୈତରଣୀ ନଦୀର ବନ୍ୟା ପାଣି ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇଛି।

    ସେହିପରି ଯାଜପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା ହୋଇଛି। ବନ୍ୟା ପାଇଁ ଯାଜପୁର ଦାୟିତ୍ୱରେରେ ଥିବା IAS ଅଧିକାରୀ ପି. ଅନ୍ୱେଷା ରେଡ୍ଡୀ ଦଶରଥପୁର ବନ୍ୟା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ବୈତରଣୀ, କାଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି।  ଯାଜପୁର ଜିଲ୍ଲାର ୮ଟି ବ୍ଲକର ୨୪୨ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ଜଳବନ୍ଦୀ ଅଞ୍ଚଳରେ ବୋଟ୍ ଯୋଗେ ଘର ଘର ବୁଲି ରନ୍ଧା ଖାଦ୍ୟ, ପାନୀୟ ଜଳ, ରିଲିଫ୍ ସାମଗ୍ରୀ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ଜିଲ୍ଲାପାଳ କହିଛନ୍ତି।  

    ସେପଟେ ଜଳେଶ୍ବରରେ ପୁଣି ବିପଦ ସଂକେତ ଟପିଲା ଜଳକା । ବସ୍ତାର ମଥାନି ଠାରେ ବିପଦ ସଂକେତ ୬. ୫୦ମିଟର ଥିଲା ବେଳେ ଏହା ବଢ଼ି ୬. ୫୨ ମିଟର ଉପରେ ପ୍ରବାହିତ ହେଉଛି ପାଣି। ଉପର ମୁଣ୍ଡ ମୟୁରଭଞ୍ଜରେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଜଳକାରେ ଦୁଇ ଦୁଇ ଥର ବନ୍ୟା ଆସି ଚାଷବାସ ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା ବେଳେ ଏବେ ପୁଣି ବନ୍ୟା ଡରାଉଛି। ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଏବେ ପୁଣି ଥରେ ବନ୍ୟା ଛାନିଆ କରିଛି।

    Maximum 500 characters

    ରାଜନୀତି View all

    Find Us on Facebook