ମୁଖ୍ୟ ଖବର
ଭୁବନେଶ୍ୱର : ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ। ଦିଲ୍ଲୀ ଗସ୍ତରେ ଥିବା ନବୀନ ଏ ପ୍ରସଙ୍ଗ ନେଇ ବିଜେଡି ସାଂସଦମାନଙ୍କ ସହ ବୈଠକ କରିଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଦିଲ୍ଲୀରେ ଆନ୍ଦୋଳନ କରୁଥିବାବେଳେ ଛାତ୍ରମାନଙ୍କୁ ଅମାନୁଷିକ ଭାବେ ଦମନ କରାଯାଇଛି । ଏଥିରେ ବହୁ ଆନ୍ଦୋଳନକାରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଯାଇ ବିଜେଡି ସାଂସଦମାନେ ଭେଟିଛନ୍ତି। ଦିଲ୍ଲୀରେ ଯାହା ଘଟିଲା, ତାହା ଅତ୍ୟନ୍ତ ଗମ୍ଭୀର ଓ ଚିନ୍ତାର ବିଷୟ । ସେପଟେ ଆନ୍ଦୋଳନ ସମୟରେ ଆହତ ହୋଇଥିବା ଛାତ୍ରମାନଙ୍କୁ ବିଜେଡି ସାଂସଦମାନେ ହସ୍ପିଟାଲରେ ଯାଇ ସାକ୍ଷାତ କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି।
ବିଜେଡି ସାଂସଦମାନେ ଦିଲ୍ଲୀର ବିଜୟ ଚୌକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ପୁଲିସର ଆକ୍ରମଣକୁ ନିନ୍ଦା କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦମାନେ ଛାତ୍ର ଆନ୍ଦୋଳନକୁ ନିଃସର୍ତ୍ତ ସମର୍ଥନ ଘୋଷଣା କରିବା ସହ ସଂସଦରେ ଏ ନେଇ ସ୍ୱତନ୍ତ୍ର ଆଲୋଚନା ଦାବି କରିଥିଲେ। ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏ ପ୍ରସଙ୍ଗରେ କହିଛନ୍ତି, ନିରୀହ ପ୍ରତିବାଦକାରୀଙ୍କୁ ନିର୍ମମ ଲାଠି ମାଡ଼ କରାଯାଇଛି । ଇତିହାସ ଏହାକୁ ଭୁଲିବନି । ଭବିଷ୍ୟତ ପିଢ଼ି ଏ ନେଇ କଠୋର ଜବାବ ଦେବେ।
Comments ସମସ୍ତ ମତାମତ