Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିବାଦରେ ବିଜେଡି, ନବୀନଙ୍କୁ କାରଣଦର୍ଶାଅ ନୋଟିସ୍‌

    Share on :
    ajab-Image
    Date: Jul 12, 2026    Views: 2698

    ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିବା ପାଇଁ ବିଜେଡିର ରାଜ୍ୟବ୍ୟାପୀ ‘ଶିକ୍ଷା ବଂଚାଅ ଆନ୍ଦୋଳନ’ରେ କୋମଳମତି ପିଲାମାନଙ୍କୁ ସାମିଲ କରିବା ଓ ଦଳୀୟ ନେତ୍ରୀମାନେ ‘ଠୁମକା’ ଲଗାଇବା ଘଟଣା ବିଜେଡିକୁ ବିବାଦଘେରକୁ ଟାଣିନେଇଛି।
    ସ୍କୁଲ ୟୁନିଫର୍ମରେ ଥିବା କୋମଳମତି ପିଲାଙ୍କୁ ଧରି ଝାରସୁଗୁଡ଼ାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହାସହିତ ଝାରସୁଗୁଡ଼ା ଜିଲ୍ଲାପାଳ,ଏସପି ଓ ଜିଲ୍ଲା ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରି ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। 
    ବିଜେଡି ଇତିହାସରେ ପ୍ରଥମଥର ପାଇଁ ରାଜ୍ୟର ଶିଶୁ ସୁରକ୍ଷା ଅଧିକାର ଆୟୋଗ ଏଭଳି ନୋଟିସ୍ ଦଳର ସୁପ୍ରିମୋଙ୍କୁ ଜାରି କରିଛନ୍ତି ଆଉ ସପ୍ତାହକ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ବିଜେଡି ସୁପ୍ରିମୋ ନୁହଁନ୍ତି ଦଳର ଦୁଇ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ଅଳକା ମହାନ୍ତିଙ୍କ ସମେତ ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁଙ୍କୁ ମଧ୍ୟ ଏହି ନୋଟିସ୍ ଜାରି ହୋଇଛି।
    ତେବେ ଦଳର ଶିକ୍ଷା ବଂଚାଅ ଆନ୍ଦୋଳନରେ ‘ଠୁମକା’ ଲଗାଇବା ଓ ସ୍କୁଲ ପିଲାଙ୍କୁ ସାମିଲ କରିବାର ଆବଶ୍ୟକତା କ’ଣ ରହିଥିଲା ଏବଂ ଏଥିପାଇଁ କାହାର ଅନୁମତି ନିଆଯାଇଥିଲା, ତା’ର ଖୋଳତାଡ଼ ଦଳୀୟସ୍ତରରେ ଆରମ୍ଭ ହୋଇଥିବା ଜଣାପଡ଼ିଛି।

    ସୂଚନା ଅନୁସାରେ,  ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଗତକାଲି ଝସକେତନ ପ୍ରଧାନ, ଆୟୁଷ ସରାଫ ଓ ଶ୍ରୀୟମ ମହାପାତ୍ରଙ୍କ ଅଭିଯୋଗ ଏବଂ ତତସଂକ୍ରାନ୍ତୀୟ ଭିଡିଓ ଫଟୋଚିତ୍ର ଆଧାରରେ ଏହି ନୋଟିସ୍ ଜାରି କରିଛନ୍ତି। ଏକ ରାଜନୀତିକ ଦଳର ପ୍ରତିବାଦ ସଭାରେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା କୁନିକୁନି ପିଲାମାନଙ୍କୁ  ଖରା, ନିଆଁ ଓ ଧୂଆଁ ମଧ୍ୟରେ ଦୀର୍ଘ ସମୟ ଛିଡ଼ା କରାଇ ରଖାଯିବା ସହ ସେମାନଙ୍କ ସାମ୍ନାରେ ଛାତ୍ର ସଭାନେତ୍ରୀ ଇପସିତା ସାହୁ ଓ ପୂର୍ବତନ ବିଧାୟିକା ଦୀପାଳି ଦାସ ଲେମ୍ବୁ ଧରି ଅଣ୍ଟା ହଲାଇ ନାଚିବା ଖୁଲମଖୁଲା ବିଜେଡିର ସମ୍ବେଦନହୀନତାକୁ ପ୍ରମାଣିତ କରିଛି।

    ଆୟୋଗ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ରାଜନୈତିକ କାର୍ଯ୍ୟକଳାପରେ ଶିଶୁମାନଙ୍କୁ ଏଭଳି ଅସୁରକ୍ଷିତ ଭାବେ ବ୍ୟବହାର କରିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା, ମର୍ଯ୍ୟାଦା କ୍ଷୁଣ୍ଣ ହେବା ସହ ସେମାନଙ୍କ ଶିକ୍ଷା ଗ୍ରହଣର ଅଧିକାର ବାଧାପ୍ରାପ୍ତ ହୋଇଛି, ଯାହା ଜୁଭେନାଇଲ ଜଷ୍ଟିସ ଆକ୍ଟ ଓ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଅପରାଧିକ ମାମଲା।

    Maximum 500 characters

    ରାଜନୀତି View all

    Find Us on Facebook