Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓଡ଼ିଶା ଆଉ ଶାନ୍ତିପ୍ରିୟ ରାଜ୍ୟ ହୋଇନାହିଁ:ସୁଲତା ଦେଓ

    Share on :
    ajab-Image
    Date: Jun 20, 2026    Views: 2739

    ଭୁବନେଶ୍ଵର: ରାୟଗଡ଼ା ଭିଡ଼ ହିଂସାକୁ ବିଜେଡିର କଡ଼ା ନିନ୍ଦା। ପ୍ରେସମିଟ୍ ରେ ବର୍ଷିଲା ବିରୋଧୀ ଦଳ। ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ଯେ, ରାୟଗଡ଼ାର ଯେଉଁ ଚିତ୍ର ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଓଡ଼ିଶା ଆଉ ଶାନ୍ତିପ୍ରିୟ ରାଜ୍ୟ ହୋଇନାହିଁ। ଏନଜିଓ କାମରେ ଆସିଥିବା ୨ ଜଣଙ୍କୁ ଯେମିତି ଲୋକମାନେ ପିଲାଚୋର ଭାବି ଆକ୍ରମଣ କଲେ ତାହା ନିନ୍ଦନୀୟ। ବାଲିଅନ୍ତାରେ ଜଣଙ୍କୁ ପିଟି ପିଟି ଲୋକ ମାରିଦେଲେ। ତାପରେ ଜଣେ ମହିଳା ସରପଞ୍ଚଙ୍କ ସହ ବ୍ଲକ ଅଫିସ ଭିତରେ ଯାହା ହେଲା ସେ କଥା ସମସ୍ତେ ଜାଣିଛନ୍ତି। ରାଜ୍ୟରେ କେଉଁ ଝିଅ ସୁରକ୍ଷିତ ନାହାଁନ୍ତି। ରାଜ୍ୟରେ ଏଭଳି ପରିସ୍ଥିତିକୁ ଦୃଢ ନିନ୍ଦା କରିବା ସହ ଭିଡିଓଟିକୁ ସୋସିଆଲ ମିଡିଆରୁ ଡିଲିଟ୍ କରିବା କଥା କହିଛନ୍ତି। 

    ସେହିପରି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟକୁ ଆସୁଥିବା ସବୁ ଲୋକ ଆମର ରାଷ୍ଟ୍ରଦୂତ। ବର୍ତ୍ତମାନ ସମୟରେ ଏହା ଅଛପା ନୁହେଁ। ବିଗତ ଦୁଇ ବର୍ଷ ଭିତରେ ରାଜ୍ୟର ପ୍ରତିଛବି ବିଶ୍ୱରେ ମଳିନ ହେବାରେ ଲାଗିଛି। ରାଜ୍ୟରେ ଏବେ କିଛି ଠିକ୍ ନାହିଁ।  ଗୋଟିଏ ଝିଅକୁ ୫୦ରୁ ଅଧିକ ଜଣ ଡାହାଣୀ କହି ଆକ୍ରମଣ କଲେ। ଏହା କଣ ଦର୍ଶାଉଛି। ଏଠାରେ ଥିବା ଲୋକଙ୍କ ପୁଲିସ କି ସରକାରଙ୍କୁ ଭୟ ନାହିଁ। ସେମାନେ ମଣିଷ ନୁହଁନ୍ତି। ସେମାନେ ପଶୁ।  ଏଭଳି ଘଟଣା ବାରମ୍ବାର ଘଟୁଛି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ବିଜେଡି ସରକାରରେ ଅପରାଧୀଙ୍କ ଭୟ ଥିଲା। ଏଯାଏଁ କେତେ ହିଂସା ହୋଇଛି, ସରକାର ଶ୍ଵେତପତ୍ର ଜାରି କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି। 

    ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ ରାୟଗଡାରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡି ଯାଇଛି। ସେଥିପାଇଁ ଲୋକମାନେ ଆଇନକୁ ହାତକୁ ନେଇଯାଉଛନ୍ତି। ଲୋକଙ୍କ ଭିତରେ ସଚେତନତା ଜାଗରଣ ସୃଷ୍ଟି କରିବାରେ ସରକାର ବିଫଳ। ରାଜ୍ୟରେ ପାଖାପାଖି ୪୫ ହଜର ଶିଶୁ ଏବଂ ମହିଳା ନିଖୋଜ ଅଛନ୍ତି। ସେଥିପାଇଁ ଜନତା ଆତଙ୍କିତ ଅଛନ୍ତି। ଲୋକମାନେ ଆଇନକୁ ହାତକୁ ନେଇଯାଉଛନ୍ତି। ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି, ଗଣଦୁଷ୍କର୍ମ ବଢିଛି। ରାଜ୍ୟରେ ଯେଉଁ ଶିଶୁ ଏବଂ ମହିଳା ନିଖୋଜ ଅଛନ୍ତି ତାଙ୍କୁ ଖୋଜିବାକୁ ସରକାର ତୁରନ୍ତ ପ୍ରୟାସ କରନ୍ତୁ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook