Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେଡିକୁ ଆସୁଛନ୍ତି ସୁଜାତା ପାଣ୍ଡିଆନ: ମନ୍ମଥ

    Share on :
    ajab-Image
    Date: Jun 8, 2026    Views: 2937

    ଭୁବନେଶ୍ୱର: ସୁଜାତା ପାଣ୍ଡିଆନ ବିଜୁ ଜନତା ଦଳକୁ ଆସୁଛନ୍ତି । ସୋମବାର ବିଜେଡି ନେତା ମନ୍ମଥ ରାଉତରାୟ ଏଭଳି ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସୁଜାତା ବିଜେଡିକୁ ଆସୁଛନ୍ତି । ଏହା ଶତପ୍ରତିଶତ । କିନ୍ତୁ ଆମେ ଚାହୁଁଛୁ, ଯେତେ ଜଲଦି ସେ ଆସିବେ । ସୁଜାତା ବିଜେଡିକୁ ଜଲଦି ଜଲଦି ଆସିଲେ ଅତ୍ୟନ୍ତ ଖୁସି ହେବୁ । ତାଙ୍କୁ ରେଡ କାରପେଟରେ ସ୍ୱାଗତ କରିବୁ । ସେ ପଦବୀ ନେବେ ନାହିଁ କି ଉତ୍ତରାଧିକାରୀ ହେବେ ନାହିଁଁ । ସାଧାରଣ କର୍ମୀଭାବେ ସୁଜାତା ଓଡ଼ିଶାର ବିକାଶ ପାଇଁ କାମ କରିବେ ବୋଲି ବିଜେଡି ନେତା ମନ୍ମଥ ରାଉତରାୟ  କହିଛନ୍ତି । 

    ସେହିପରି ସେ କହିଛନ୍ତି ଯେ ସମସ୍ତଙ୍କ ଇଚ୍ଛା ସୁଜାତା ଆସନ୍ତୁ । ତାଙ୍କ ଜ୍ଞାନ ଏ ସରକାରଙ୍କୁ ଦୋହଲାଇ ଦେବ । ବିଜେଡିରେ ସୁଜାତାଙ୍କ ଏଣ୍ଟି୍ର ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ରାଜି ଥିଲେ । କିନ୍ତୁ ସୁଜାତା ରାଜି ନଥିଲେ । ଏବେ ସୁଜାତା ରାଜି ହୋଇଯାଇଛନ୍ତି । ନକରାତ୍ମକ ପ୍ରଚାର ନେଇ ସୁଜାତାଙ୍କ ମନୋବଳ କମିଛି,ନିଷ୍ପତ୍ତିରେ ବିଳମ୍ବ । ସୁଜାତା ବିଜେଡିକୁ ଆସିଲେ କିଛି ଅସନ୍ତୁଷ୍ଟ ହେବେ, କିନ୍ତୁ ବହୁ ଲୋକଙ୍କ ମନୋବଳ ବଢ଼ିବ ବୋଲି ବିଜେଡି ନେତା ମନ୍ମଥ ରାଉତରାୟ  କହିଛନ୍ତି ।  

    ଅନ୍ୟପକ୍ଷରେ ବିଜେଡି ଡାକିଲା ବଡ଼ ବୈଠକ । ବୁଧବାର  ବସିବ ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିବେ। ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି ପକ୍ଷରୁ ଏକ ଗଣମାଧ୍ୟମ ବିଜ୍ଞପ୍ତି ପ୍ରକାଶ ପାଇଛି।
    ବିଜେଡି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟ ବିଜେଡି କାର୍ୟ୍ୟାଳୟ  ଶଙ୍ଖଭବନରେ ଏକ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ଭାବେ ଲଢିଥିବା ନେତାମାନଙ୍କୁ ଡକାଯାଇଛି। ଏହି ବୈଠକରେ ଦଳୀୟ ସଭାପତି ସମସ୍ତ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ବିଚାରବିମର୍ଶ କରିବେ ।

    ସେହିପରି ପୂର୍ବରୁ ଦଳ ତରଫକୁ ଦିଆଯାଇଥିବା ଏସଆଇଆର ସଂପର୍କୀତ କାର୍ୟ୍ୟକ୍ରମର ଅନୁପାଳନ, ବ୍ଲକ ଓ ପୌରାଞ୍ଚଳରେ ସାଂଗଠନିକ କମିଟି ଗଠନ ଓ ନିଆଯାଇଥିବା ଦଳୀୟ କାର୍ୟ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିବେ । ଏହି ବୈଠକରେ ଦଳୀୟ ନେତାମାନେ ସିଧା ସଭାପତିଙ୍କ ସହ କୌଣସି ବି ପ୍ରସଙ୍ଗରେ ଆଲୋଚନା କରିପାରିବେ ।ତେବେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ବିଜେଡି ସବୁ ନେତାମାନଙ୍କୁ ରାଜଧାନୀକୁ ଡାକାରା ହୋଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜର ସଂଗଠନକୁ ଆହୁରି ସୁଦୃଢ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

    Maximum 500 characters

    ତାଜା ଖବର View all

    Find Us on Facebook