Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି

    Share on :
    ajab-Image
    Date: Jun 4, 2026    Views: 2461

    ଭୁବନେଶ୍ୱର: କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି । ଆଉ ଗୋଟିଏ ଦଶନ୍ଧିର ସ୍ୱପ୍ନ ଦେଖାଇଥିବା କହିଲେ ବରିଷ୍ଠ ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ସେ କହିଛନ୍ତି ଘୋଷଣା କରାଯାଇଥିବା ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ ରହିବ ନାହିଁ ।
    ୧୧ ବର୍ଷ ପରେ କୋଷ୍ଟାଲ ହାଇଓ୍ୱେର କ୍ୟାବିନେଟ ଅନୁମୋଦନକୁ ନେଇ କେନ୍ଦ୍ର ମନ୍ତ୍ରୀ ଅବଗତ କରିଥିଲେ । ୨୦୨୫ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ପିପିଲି ଠାରେ କୋଷ୍ଟାଲ ହାଇଓ୍ୱେ ନେଇ ଘୋଷଣା କରିଥିଲେ । ଗୋପାଳପୁରରୁ ଦୀଘା ପ୍ରାୟ ୪୫୦ କିମି ପର୍ଯ୍ୟନ୍ତ କୋଷ୍ଟାଲ ହାଇଓ୍ବେର ନିର୍ମାଣ ପାଇଁ ଓଡିଶାବାସୀଙ୍କୁ ସ୍ୱପ୍ନ ଦେଖାଇଥିଲେ । କ୍ୟାପିଟାଲ ରିଜିଅନ ରିଂ-ରୋଡ଼ ଓ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ନେଇ ଘୋଷଣା କରାଯାଇଥିଲା। ଏବେ ମାତ୍ର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନ ଓଡିଶାବାସୀଙ୍କୁ ନିରାଶ କରିଛି। ଏହାରି ଭିତରେ ୩ଥର ଟେଣ୍ଡର ଡକା ହୋଇ ବାତିଲ ହୋଇଛି। ପାରାଦୀପର ଦୀଘା ପର୍ଯ୍ୟନ୍ତ ଯେଉଁ ଅଞ୍ଚଳ ରହିଲା ଏହା କ୍ୟାବିନେଟ୍ ମଞ୍ଜୁରିରୁ ବାଦ୍ ପଡିଛି । ଯେଉଁ ଉଦ୍ଦେଶ୍ୟ ନେଇ କୋଷ୍ଟାଲ ହାଇଓ୍ୱେର ପରିକଳ୍ପନା କରାଯାଇଥିଲା ତାହା ଲକ୍ଷ୍ୟ ଠାରୁ ବହୁ ଦୂରରେ । କୋଷ୍ଟାଲ ହାଇଓ୍ୱେ ପାଇଁ ଜମି ଅଧିଗ୍ରହଣ ବାସ୍ତବତା ଠାରୁ ବହୁ ଦୂରରେ ବୋଲି ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା କହିଛନ୍ତି ।
    ସେପଟେ ଉପକୂଳ ରାଜପଥ ନେଇ ବିଜେଡିର ଅଭିଯୋଗ ଉପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ କଡା ଜବାବ ଦେଇଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ, କହିଛନ୍ତି ଯେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବଡ଼ ଗେମ ଖେଳିଛନ୍ତି।ଉପକୂଳ ରାଜପଥର ରୁଟ ସଂପୂର୍ଣ୍ଣ ଚିଲିକା ଏବଂ ସମୁଦ୍ର ଉପକୂଳରେ ଯାଉଛି ଯେଉଁ ବାବୁ ମାନେ କହୁଛନ୍ତି ସେମାନେ ଗୁଗୁଲ ମ୍ୟାପ ଦେଖନ୍ତୁ। ଗୋପାଳପୁର ସଂଯୋଗ ନହୋଇ ରମେଶ୍ଵର ଠାରୁ ହେବା ପଛରେ କାରଣ ବିଜେଡି ସରକାର। ୧୫ ବର୍ଷ ଧରି କୋଷ୍ଟାଲ ହାଇୱେକୁ ବନ୍ଦ କରିବାକୁ କିଏ ପ୍ରୟାସ କରିଥିଲା ।କେନ୍ଦ୍ର ସରକାର ନୂଆ ରୂପରେଖ ଦେଇ ଆରମ୍ଭ କଲେ। ଏହା ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନର ପ୍ରକଳ୍ପ । ଆଲାଇନମେଣ୍ଟ ଷଡଯନ୍ତ୍ର କରିକି ବନ୍ଦ କରିକି ରଖିବା, ସହଯୋଗ ନକରିବା, ଏ କାମ କିଏ କରୁଥିଲା ପ୍ରଶ୍ନର ଉତ୍ତର ଦିଅନ୍ତୁ ।
    ଗୋପାଳପୁର ପରିବର୍ତ୍ତେ ରାମେଶ୍ଵର ଦେଇକି ଗଲା ସେ ଷଡଯନ୍ତ୍ର ସିଏ କରିଛନ୍ତି, ଯିଏ ଆଜି ବିଜେଡିରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେ ମେଜର ଗେମ ଖେଳିଛନ୍ତି । ବ୍ରହ୍ମଗିରିରେ କେଉଁ ରୁଟ ଦେଇ ଗଲେ ବ୍ୟକ୍ତିଗତ ଫାଇଦା ଅଧିକ ହେବ ତାଙ୍କର ଚିନ୍ତା ଥିଲା । ଧର୍ମେନ୍ଦ୍ର ପ୍ରଧାନ ଡେ ତୁ ଡେ ଫଲୋପା କରିଛନ୍ତି ତାଙ୍କୁ ଧନ୍ୟବାଦ ଦେବି। ରାଜପଥ କାକଟପୁର ଠାରୁ ସମୁଦ୍ରକୁଳ ଦେଇ ପାରାଦ୍ୱୀପ ଯାଉଛି। ଏହାଦ୍ୱାରା ଅର୍ଥନୀତି ବିକାଶ ପାଇଁ ନୂଆ ରାସ୍ତା ଖୋଲିବ । ଯେଉଁମାନେ ଏବେ ପାଟି କରୁଛନ୍ତି ସେମାନେ ଅପେକ୍ଷା କରନ୍ତୁ ବର୍ଷ ବର୍ଷ ଧରି ଷଡଯନ୍ତ୍ର କରି କରାଇ ଦେଉ ନଥିଲେ । ଦ୍ଵିତୀୟ ପର୍ଯ୍ୟାୟକୁ ଅପେକ୍ଷା କରନ୍ତୁ। ଗତ ଦିନରେ ଆଲାଇନମେଣ୍ଟର ଛୋଟ ଛୋଟ ସମସ୍ୟା ଥିଲା କ୍ୟାବିନେଟ ଅନୁମତି ମିଳୁ ପାରୁ ନଥିଲା । ସେଥିପାଇଁ ଟେଣ୍ଡର ବାତିଲ ହେଉଥିଲା। ବହୁତ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ।

    Maximum 500 characters

    ରାଜନୀତି View all

    Find Us on Facebook