Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନେତାଶୂନ୍ୟ ପାଟକୁରା ବିଜେଡି!

    Share on :
    ajab-Image
    Date: Apr 27, 2026    Views: 2897

    ପାଟକୁରା:ନେତାଶୂନ୍ୟ ପାଟକୁରା ବିଜେଡି। ବିଧାୟକ ଅରବିନ୍ଦଙ୍କ ନିଲମ୍ବନ ପ୍ରସଙ୍ଗ। ପାଟକୁରାରେ ଭଲ ନେତା ଖୋଜି ପାଉନାହାନ୍ତି ନବୀନ। ‘ପାଟକୁରା ନିର୍ବାଚନମଣ୍ଡଳୀ ପାଇଁ ଜଣେ ନେତା ଦେବି। ବିଧାୟକ ଅରବିନ୍ଦ ମହାପାତ୍ର ପାଟକୁରାବାସୀଙ୍କୁ ହଇରାଣ କରିଥିବାରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି’ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କ ନିଲମ୍ବନକୁ ଯୁକ୍ତିଯୁକ୍ତ ଦର୍ଶାଇବାକୁ ଯାଇ ଏପରି ମନ୍ତବ୍ୟ ଦେଇଥିଲେ। ଏହା ଭିତରେ ନିଜ ଦଳର ବିଧାୟକଙ୍କ ନିଲମ୍ବନକୁ ସାଢ଼େ ତିନିମାସ ବିତିଯାଇଥିଲେ ବି ନବୀନ ଏଯାଏଁ ପାଟକୁରା ପାଇଁ ଜଣେ ଭଲ ନେତା ଖୋଜି ପାଇଲେ ନାହିଁ। ନବୀନଙ୍କ ସଜ୍ଞାରେ ଭଲ ନେତା କିଏ ତାହାକୁ ନେଇ ସସ୍‌ପେନ୍ସ ଲାଗିରହିଛି। ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀଙ୍କ ଭିତରେ ଲାଗି ରହିଥିବା ଏହି ସସ୍‌ପେନ୍ସ ଭିତରେ କିନ୍ତୁ ଗରଦପୁର ବ୍ଲକ୍‌ରେ ପଞ୍ଚାୟତ ସମିତି ଅଧୢକ୍ଷ, ଉପାଧୢକ୍ଷଙ୍କ ସମେତ ୨୧ଲୋକପ୍ରତିନିଧି, ପଞ୍ଚାୟତ ସଭାପତିମାନେ ବିଜେଡି ଛାଡ଼ି ବିଧାୟକ ଅରବିନ୍ଦଙ୍କ ନେତୃତ୍ବକୁ ସମର୍ଥନ ଜଣାଇ ସାରିଲେଣି। ଏଭଳି ସ୍ଥିତିରେ ନବୀନଙ୍କୁ ପାଟକୁରା ପାଇଁ ଜଣେ ଭଲ ନେତା ବାଛିବାକୁ ଆଉ କେତେଦିନ ସମୟ ଲାଗିବ ବୋଲି ପ୍ରଶ୍ନ ହୋଇଛି।

    ଗତ ଜାନୁଆରି ୧୫ରେ ଦଳବିରୋଧୀ କାର୍ୟ୍ୟରେ ଲିପ୍ତ ଥିବା ଦର୍ଶାଇ ବିଧାୟକ ଅରବିନ୍ଦଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ଏହାକୁ ନେଇ ତମ୍ବିତୋଫାନ୍‌ ହେଲା। ପାଟକୁରାରେ ବିଜେଡି ଦୁଇଫାଳ ହୋଇଗଲା। କିଏ ଅରବିନ୍ଦଙ୍କୁ ବିଶ୍ବାସଘାତକ ଓ ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ କଲା ତ’ ଆଉ କିଏ ବିଜେଡିକୁ ଭାଙ୍ଗିଦେବା ପାଇଁ କରାଯାଇଥିବା ଷଡ୍‌ଯନ୍ତ୍ରରେ ସେ ଲିପ୍ତ ଥିବା ଦର୍ଶାଇଲେ। ସୁପ୍ରିମୋ ନବୀନ ପଦାକୁ ଆସି କହିଥିଲେ, ଅରବିନ୍ଦଙ୍କୁ ବିଶ୍ବାସରେ ଟିକଟ ଦେଇଥିଲି। ସେ କିନ୍ତୁ ଲୋକମାନଙ୍କୁ ହଇରାଣ କରୁଥିଲେ। ତେଣୁ ତାଙ୍କୁ ଦଳରୁ କାଢ଼ିଦେଲି, ପାଟକୁରା ପାଇଁ ଜଣେ ଭଲ ନେତା ଦେବି। ହେଲେ, ଏହା ଭିତରେ ସାଢେ଼ ତିନିମାସରୁ ଅଧିକ ବିତିଯାଇଥିଲେ ବି ପାଟକୁରା ବିଜେଡି ପାଇଁ ଭଲ ନେତା ଏଯାଏ ବଛାଯାଇ ପାରିନାହିଁ। 

    Maximum 500 characters

    ରାଜନୀତି View all

    Find Us on Facebook