Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆଜି ଇସ୍ତଫା ଦେବେ ମଞ୍ଜୁଲତା ଓ ମୁକ୍ତିକାନ୍ତ

    Share on :
    ajab-Image
    Date: Apr 25, 2026    Views: 2502

    ଭଦ୍ରକ: ଭଦ୍ରକରେ ଭଶୁଡୁଛି ବିଜେଡି ଗଡ଼। ଆଜି ଇସ୍ତଫା ଦେବେ ପୂର୍ବତନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବିଜେଡି ନେତା ଶଶି ସାହୁ ମଧ୍ୟ ଦେବେ ଇସ୍ତଫା।

    ସେହିପରି ସୁମୁଳିଆ ବିଧାୟିକା ପ୍ରାର୍ଥିନୀ ସୁବାସିନୀ ସାହୁ ମଧ୍ୟ  ଦଳ ଛାଡ଼ିବେ। ଏହା ଛଡା ଅନେକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ଗତ ଏପ୍ରିଲ ୬ ତାରିଖରେ  ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳଙ୍କୁ ନିଲମ୍ବନ କରିଥିଲା ବିଜେଡି। 

    ପ୍ରକାଶ ଯେ  ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ମୁକ୍ତିକାନ୍ତଙ୍କ ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ  ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଦଳ ବିରୋଧୀ କାର୍ୟ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ୟ୍ୟାନୁଷ୍ଠାନ ନେଇଥିଲେ । ନବୀନଙ୍କ ନିର୍ଦେଶ କ୍ରମେ ଉଭୟଙ୍କୁ ନିଲମ୍ବନ କରାଯାଇଥିଲା । ମୁକ୍ତିକାନ୍ତ ମଣ୍ଡଳ ୨୦୧୪ରେ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ମଞ୍ଜୁଲତା ମଣ୍ଡଳ ୨୦୧୯ ଲୋକସଭା ଆସନରେ ବିଜେଡିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook