Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି ବିଧାୟିକାଙ୍କ ଘରେ ପୁଲିସ

    Share on :
    ajab-Image
    Date: Mar 29, 2026    Views: 2419

     ଭୁବନେଶ୍ୱର:ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସରକାରୀ ବାସ ଭବନରେ କେସିଙ୍ଗା ପୋଲିସର ଚଢାଉ। ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନା ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନରେ ହତ୍ୟା ଧମକ ଦେବା ଅଭିଯୋଗରେ ଚଢ଼ାଉ କରିଛି ପୁଲିସ। ଗତ ଫେବୃଆରୀ ୧୫ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ ତହସିଲଦାର। ଆଜି ସକାଳୁ କେସିଙ୍ଗା ପୁଲିସର ଏକ ଟିମ ମନୋରମାଙ୍କ ସରକାରୀ ବାସ ଭବନରେ ଚଢ଼ାଉ କରିଥିଲେ ହେଁ ବିଧାୟିକା କିମ୍ବା ତାଙ୍କ ସ୍ୱାମୀଙ୍କୁ ପାଇନଥିଲେ।

    ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାପତି ଇପ୍ସିତା ସାହୁ, ମନ୍ମଥ ରାଉତରାୟଙ୍କ ସମେତ ଅନ୍ୟ ବିଜେଡି ନେତା ଉପସ୍ଥିତ ରହି ଏ ଘଟଣାକୁ ବିରୋଧ କରିଛନ୍ତି। କାହିଁକି କେସିଙ୍ଗା ପୁଲିସ ବିନା ୱାରେଣ୍ଟରେ ବିଧାୟିକାଙ୍କ ଘରେ ଚଢ଼ାଉ କଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟସଭା ନିର୍ବାଚନରେ ବିଧାୟିକା ମନୋରମା ମହାନ୍ତିଙ୍କୁ ବିଜେପିକୁ ଭୋଟ୍ ଦେବା ପାଇଁ ଚାପ ପ୍ରୟୋଗ କରାଯାଉଥିଲା। ସେ ଭୋଟ୍ ନ ଦେବାରୁ ଉଦେଶ୍ୟମୂଳକ ଭାବେ ସ୍ୱାମୀଙ୍କ ନାଁରେ ମିଛ ମାମଲା ରୁଜୁ କରାଯାଇ ମାନସିକ ନିର୍ୟାତନା ଦିଆଯାଉଥିବା ଅଭିଯୋଗ କରିଛି ବିଜେଡି। ବିଧାୟିକାଙ୍କ ରୋଷେୟା ପୋଷାକ ବଦଳାଉଥିବାବେଳେ ଘରେ ପୁଲିସ ପଶିଥିବା ଅଭିଯୋଗ ଆଣିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook