Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଧାନସଭାରେ ବିଜେଡି ବିଧାୟକ ସଂଖ୍ୟା ୪୨କୁ ହ୍ରାସ

    Share on :
    ajab-Image
    Date: Mar 22, 2026    Views: 2788

    ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜୁ ଜନତା ଦଳ (ବିଜେଡି)ର ୬ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ। ଆଜି ସନ୍ଧ୍ୟାରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବିରୋଧୀ ଦଳ ନେତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।  ତେବେ ସମ୍ପୃକ୍ତ ୬ ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ବିଧାନସଭାରେ ବିଜେଡି ବିଧାୟକ ସଂଖ୍ୟା ୪୨କୁ ହ୍ରାସ ପାଇଛି ।

    ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଥିଲେ। ଏହି ନିର୍ବାଚନରେ ବିଜେଡିର ନିଲମ୍ବିତ ଉପରୋକ୍ତ ବିଧାୟକମାନେ କ୍ରସ ଭୋଟିଂ କରିଥିଲେ। ଏହି ବିଧାୟକମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କୁ ମତଦାନ କରିଥିଲେ। ଏହା ପରେ ବିଜେହି ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏନେଇ ବିଜେଡି ପ୍ରଥମେ ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା ଏବଂ ମାର୍ଚ୍ଚ ୨୦ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ କରିଥିଲା। ବିଜେଡି ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଥିଲା ଯେ, ଉପରୋକ୍ତ ବିଧାୟକମାନେ ଦଳର ଶୃଙ୍ଖଳାକୁ ଭଙ୍ଗ କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି। ଦଳର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଏବଂ ଆଇନଗତ କାର୍ୟ୍ୟାନୁଷ୍ଠାନ କାହିଁକି ଗ୍ରହଣ କରା ନଯିବ, ତାହାର କୌଫତ୍‌ ତଲବ କରାଯାଇଛି।  


    ଗତ ୧୬ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ବିଧାନସଭାରେ ମତଦାନ ହୋଇଥିଲା। ଏଥିରେ ରାଜ୍ୟର ୧୪୭ ଜଣ ବିଧାୟକ ଭାଗ ନେଇଥିଲେ। ନିର୍ବାଚନରେ ବିଜେପିର ମନମୋହନ ସାମଲ ଏବଂ ସୁଜିତ କୁମାର ବିଜୟୀ ହେବା ସହ ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ମଧ୍ୟ ବିଜୟୀ ହୋଇଛନ୍ତି। ଅପରପକ୍ଷେ ବିଜେଡିର ସଂତୃପ୍ତ ମିଶ୍ର ବି‌ଜୟୀ ହୋଇଥିଲା ବେଳେ କଂଗ୍ରେସ ସହ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ପରାଜିତ ହୋଇଥିଲେ।  ଶ୍ରୀ ହୋତା ବିଜେଡି ଏବଂ କଂଗ୍ରେସର ୧୧ ଜଣ ବିଧାୟକଙ୍କ କ୍ରସ ଭୋଟିଂ ଯୋଗୁ ପରାଜୟବରଣ କରିଥିଲା ବେଳେ ଦିଲୀପ ରାୟ ଏହାର ଫାଇନା ନେଇ ବିଜୟୀ ହୋଇଥିଲେ। 

    Maximum 500 characters

    ରାଜନୀତି View all

    Find Us on Facebook