Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରବିନ୍ଦ୍ରଙ୍କ ପରେ ଇସ୍ତଫା ଦେଲେ ଦୁଇ ବ୍ଲକ୍‌ ଅଧ୍ୟକ୍ଷ

    Share on :
    ajab-Image
    Date: Mar 11, 2026    Views: 2510

    ବାଲେଶ୍ବର : ଭୁଶୁଡ଼ୁଛି ବାଲେଶ୍ବର ବିଜେଡି ଗଡ଼ । ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରେ ଗୋଟିଏ ପରେ ଗୋଟିଏ ନେତା ବିଜେଡି ଛାଡ଼ୁଛନ୍ତି । ଏହାରି ଭିତରେ ବାଲେଶ୍ବର ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି । ପ୍ରାଥମିକ ସଦସ୍ୟ ପଦ ଛାଡ଼ିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି । ସେହିପରି ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ । ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଇଛନ୍ତି । 

    ୨୦୨୨ ପଞ୍ଚାୟତ ନିର୍ବାଚନରେ ବସ୍ତା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ଅଞ୍ଜଳୀ। ଆଗାମୀ ଦିନରେ କୌଣସି ଦଳକୁ ଯିବେ କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ତାଙ୍କ ସହିତ ତାଙ୍କ ସ୍ବାମୀ ତଥା ପୂର୍ବତନ ବସ୍ତା ବ୍ଲକ୍ ଅଧ୍ୟକ୍ଷ ଏବଂ ଦୁଇଥର ଜିଲ୍ଲାପରିଷଦ ଲକ୍ଷ୍ମୀଧର ଦାସ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେହିପରି ପୂର୍ବତନ ଜିଲ୍ଲାପରିଷଦ ତଥା ବର୍ତ୍ତମାନ ଦରଡା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ବିଶ୍ୱାଳ ମଧ୍ୟ ବିଜେଡ଼ି ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପାଇଁ ସ୍ପଷ୍ଟ କରିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook