Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜନୈତିକ ଫାଇଦା ହାସଲ ଲକ୍ଷ୍ୟରେ ବିଜୁଙ୍କୁ ନିଜର ମେଣ୍ଟର କହୁଛନ୍ତି ଦିଲ୍ଲୀପ: ବିଜେଡି

    Share on :
    ajab-Image
    Date: Mar 9, 2026    Views: 2718

    ଭୁବନେଶ୍ୱର: ବିଜୁ ବାବୁଙ୍କୁ ଦିଲ୍ଲୀପ ରାୟ ନିଜର ମେଣ୍ଟର ବୋଲି କହି ବିଜୁ ଲିଗାସୀ ମାଧ୍ୟମରେ ରାଜ୍ୟସଭା ନିର୍ବାଚନରେ କିଛି ଭୋଟ ପାଇବେ ବୋଲି ଯେଉଁ ଆଶା କରୁଛନ୍ତି, ସେହି ଆଶାକୁ ଆଜି ପ୍ରଶ୍ନ ମାଧ୍ୟମରେ ଧୂଳିସାତ କରି ଦେଇଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ରାଜନୈତିକ ଫାଇଦା ହାସଲ କରିବା ଲକ୍ଷ୍ୟରେ ବିଜୁଙ୍କୁ ଦିଲ୍ଲୀପ ରାୟ ନିଜର ମେଣ୍ଟର ବୋଲି କହୁଛନ୍ତି, କିନ୍ତୁ ବିଜୁଙ୍କୁ ନିରନ୍ତର ଭାବେ ଅପମାନିତ କରି ଆସୁଥିବା ଦଳ ସହିତ ଅଛନ୍ତି ଓ ସେହି ଦଳର ସମର୍ଥନରେ ରାଜ୍ୟସଭା ନିର୍ବାଚନ ଲଢୁଛନ୍ତି । 
    ଡ଼ ମହାନ୍ତି କହିଥିଲେ, ରାଜ୍ୟରେ ବିଜେପି ସରକାର ଆସିବା ପରେ, ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଗଲା, ପୋଡି ଦିଆଗଲା । ବିଜୁ ବାବୁଙ୍କ ଜନ୍ମ ଦିନଟିକୁ ପଂଚାୟତିରାଜ ଦିବସ ଭାବେ ପାଳିତ ହେଉଥିଲା । ରାଜ୍ୟ ବିଜେପି ସରକାର ଏହାକୁ ବନ୍ଦ କରିଦେଲେ । ଏହି ଦିନଟିକୁ ସରକାରୀ ଛୁଟି ଦିଆ ଯାଉଥିଲା, ଯାହାକୁ ମଧ୍ୟ ରାଜ୍ୟ ସରକାର ଉଠାଇଦେଲେ ବିଜୁଙ୍କ ନାମରେ ଥିବା ବିଏସକେୱାଇ ଯୋଜନା ସହିତ ଅନ୍ୟ ଯୋଜନା ଗୁଡିକର ନାମ ପରିବର୍ତ୍ତନ କରି ଦିଆଗଲା । ବିଜୁଙ୍କ ଦ୍ୱାରା ସ୍ଥାପିତ ସମ୍ମାନଜନକ କଳିଙ୍ଗ ପୁରସ୍କାରକୁ କେନ୍ଦ୍ର ସରକାର ସହଯୋଗ ଦେବା ବନ୍ଦ କରିଦେଲେ ।  କିନ୍ତୁ, ବିଜୁଙ୍କୁ ନିଜ ମେଣ୍ଟର କହୁଥିବା ଦିଲୀପ ରାୟ ମୁହଁରେ ତୁଣ୍ଡି ବନ୍ଧା ହୋଇଛି । ବିଜୁଙ୍କ ସମ୍ମାନ ଓ ପ୍ରତିଷ୍ଠା ଉପରେ ବାରମ୍ୱାର ବିଜେପି ସରକାର ଯୋଜନାବଦ୍ଧ ଆକ୍ରମଣ କରୁଥିଲା ବେଳେ ଦିଲ୍ଲୀପ ରାୟ ନୀରବ ଅଛନ୍ତି । ବିଜେପିର ସଦସ୍ୟ ହୋଇ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ପଦ ପାଇଁ ନିର୍ବାଚନ ଲଢୁଛନ୍ତି ।  
    ଡ଼ ମହାନ୍ତି କହିଥିଲେ, ଗଣମାଧ୍ୟମ ଜରିଆରେ ଆମର ଦିଲ୍ଲୀପ ରାୟଙ୍କୁ ପ୍ରଶ୍ନ ଯେ, ଯେତେବେଳେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗା ଯାଉଥିଲା ବା ପୋଡାଯାଉଥିଲା, ସେ କେଉଁଠି ଥିଲେ । ସମଗ୍ର ଭାରତ ବର୍ଷରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିଷ୍ଠା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନ ଚିର ସ୍ମରଣୀୟ । ତାଙ୍କ ଜନ୍ମ ଦିନଟିକୁ ଓଡ଼ିଶାରେ ପଞ୍ଚାୟତ୍ତିରାଜ ଦିବସ ଭାବେ ପାଳିତ ହେବା ସହିତ ସେହି ଦିନଟିକୁ ସରକାରୀ ଛୁଟି ଦିଆଯାଉଥିଲା । ବିଜେପି କ୍ଷମତାକୁ ଆସିବା ପରେ ଏହାକୁ ବନ୍ଦ କରିଦେଲା । ବିଜୁ ବାବୁଙ୍କ ଅବଦାନ ପ୍ରତି ଏହି ଅବିଚାର ବିରୋଧରେ ଦିଲ୍ଲୀପ ରାୟ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରିନଥିଲେ । ସେହିପରି ସମ୍ମାନଜନକ କଳିଙ୍ଗ ପୁରସ୍କାରକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେବା ବନ୍ଦ କରିଦେଲା ବେଳେ ଦିଲ୍ଲୀପ କେଉଁଠି ଶୋଇଥିଲେ ।  
    ଡ଼ ମହାନ୍ତି କହିଥିଲେ, ରାଜ୍ୟବାସୀ ଜାଣନ୍ତି, ଦିଲ୍ଲୀପ ରାୟ ଜଣେ ବ୍ୟବସାୟୀ ବେଶୀ ରାଜନେତା କମ । ରାଜ୍ୟର ସ୍ୱାର୍ଥ୍ୟ ପାଇଁ ନୁହେଁ, ନିଜର ବ୍ୟବସାୟରେ ସଫଳତା ପାଇଁ ସେ ରାଜନୀତିରେ ରୁଚି ରଖନ୍ତି । ଆଜି ମଧ୍ୟ ନିଜର ରାଜନୈତିକ ଫାଇଦା ହାସଲ ପାଇଁ ବିଜୁଙ୍କୁ ନିଜର ମେଣ୍ଟର ବୋଲି କହୁଛନ୍ତି । ତାଙ୍କ ଅନ୍ତରରେ ବିଜୁଙ୍କ ପ୍ରତି ଯଦି ପ୍ରକୃତରେ ସମ୍ମାନ ଥାଆନ୍ତା, ତାହେଲେ ବିଜୁଙ୍କ ସମ୍ମାନ ଓ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ ହେଉଥିବା ବେଳେ ସେ ନିରବ ରହି ନଥାନ୍ତେ କି ଯେଉଁ ଦଳ ବିଜୁଙ୍କୁ ଅସମ୍ମାନ କରୁଛି ତା ସମର୍ଥନରେ ନିର୍ବାଚନ ଲଢ଼ି ନଥାନ୍ତେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook