Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏଲପିଜି ଦାମ ବୃଦ୍ଧିର କାରଣ: ବିଜେଡି

    Share on :
    ajab-Image
    Date: Mar 8, 2026    Views: 2975

    ଭୁବନେଶ୍ୱର:ଏଲପିଜି ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଲପିଜି ଦାମ ବଢ଼ିଛି ।ସାଂସଦ ସୁଲତା ଦେଓ କହିଛନ୍ତି, ଯଦି ସରକାର କହିବେ ଯୁଦ୍ଧ ଯୋଗୁଁ ଏହା ହୋଇଛି, ତେବେ ପ୍ରଶ୍ନ ଉଠୁଛି ଯେବେ ଦର କମ ଥିଲା, ସେ ସମୟରେ କମ ଦାମରେ ଦେଉଥିଲେ କି ? ଗୃହିଣୀମାନେ ସେ ସମୟରେ କମ ଦାମରେ ଗ୍ୟାସ ପାଉଥିଲେ କି ? ସରକାର ସବସିଡି ଦେଇ ପାରିବେ । ଉପା ସରକାର ଲୋକଙ୍କୁ ସବସିଡି ଦେଉଥିଲା । ହେଲେ ଏନଡିଏ କେବଳ କର୍ପୋରେଟ ସଂସ୍ଥାଙ୍କୁ ସବସିଡି ଦେବାରେ ବ୍ୟସ୍ତ । ସାଧାରଣ ଲୋକଙ୍କ ପାଇଁ ସବସିଡି ନାହିଁ । ଏମିତି ତ ଦରଦାମ ମାଡ଼ରେ ଲୋକଙ୍କ ଅଣ୍ଟା ଭାଙ୍ଗି ଗଲାଣି । ଏବେ ପୁଣ ଏଲପିଜି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ହୋଉଛି ।

    ସେହିପରି ବିଧାୟକ ସାରଦା ଜେନା କହିଛନ୍ତି, ଦର ବୃଦ୍ଧି ନ କରି କେନ୍ଦ୍ର ସରକାର ସବସିଡି ଦିଅନ୍ତୁ କ୍ଷ ଅତ୍ୟାବଶ ସାମଗ୍ରୀ ଦରକୁ ନିୟନ୍ତ୍ରଣ କରନ୍ତୁ ସରକାର କ୍ଷ ଦରଦାମ ଲୋକଙ୍କୁ ବାଧୁଛି କ୍ଷ ଦରଦାମ ନିୟନ୍ତ୍ରଣ ନହେଲେ ବିଜେଡି ପ୍ରତିବାଦ କରିବ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook