Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଚାଷୀ ମୃତ୍ୟୁ ପାଇଁ ଯୋଗାଣ ମନ୍ତ୍ରୀଙ୍କୁ ଦାୟୀ କଲା ବିଜେଡ଼ି

    Share on :
    ajab-Image
    Date: Feb 27, 2026    Views: 3055

    ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଚାଷୀମୃତ୍ୟୁ ଘଟଣାରେ ସରକାରଙ୍କ ଉପରେ ବ ବର୍ଷିଛି ବିରୋଧୀ ବିଜେଡ଼ି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବି କରିଛି ବିଜେଡି।ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଓ ମୁଖପାତ୍ର ଲେନିନ ମହାନ୍ତି ସରକାରଙ୍କ ଉପରେ ବରଷିବ ସହ ଧାନ ସଂଗ୍ରହ କ୍ଷେତ୍ରରେ ସରକାରଙ୍କ ବିଫଳତା ବଖାଣିଥିଲେ। ଦେବୀ ମିଶ୍ର କହିଥିଲେ, ରାଜ୍ୟ ସରକାରଙ୍କର ବିଫଳତା ତାଲିକା ଦିନକୁ ଦିନ ଲମ୍ୱା ହୋଇ ଚାଲିଥିବା ବେଳେ ସରକାର କେବଳ ନିଜ ପିଠି ନିଜେ ଥାପୁଡ଼େଉବାରେ ବ୍ୟସ୍ତ ଅଛନ୍ତି। ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି। ଧାନ ସଂଗ୍ରହ ବ୍ୟବସ୍ଥା ବିଫଳତା କାରଣରୁ ଆଜି ରାଜ୍ୟର ଜଣେ ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ହୋଇଛି।ସେ ଜାନୁଆରି ୧୬ରେ ଟୋକନ ପାଇଥିଲେ। କଟନୀ ଛଟନୀରେ ତାର ପ୍ରତି କ୍ୱିଣ୍ଟାଲରେ ୬କିଗ୍ରା କଟା ଯାଇଛି। ଏହା ଛଡା ଧାନ ବିକ୍ରି କରିବା ପାଇଁ ମୃତ ତ୍ରିଲୋଚନଙ୍କୁ ପ୍ରତ୍ୟେକ ସ୍ତରରେ ହତାଶ ହେବାକୁ ପଡିଥିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଧାନ ହସ୍ତାନ୍ତର ପାଇଁ ତିନିଦିନ କାଳ ତାଙ୍କୁ ଜଗି ରହିବାକୁ ପଡିଥିଲା ବୋଲି ଶ୍ରୀ ମିଶ୍ର ଅଭିଯୋଗ ଆଣିଛନ୍ତି।

    ଏହାସହ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଉପରେ ବର୍ଷି ସେ କହିଛନ୍ତି ଯେ,ମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ ରାଜ୍ୟରେ ଧାନ କିଣା ସୁରୁଖୁରୁରେ ଚାଲିଛି ବୋଲି କହିଛନ୍ତି, ଯାହା ଡାହା ମିଛ। ତ୍ରିଲୋଚନଙ୍କ ମୃତ୍ୟୁ ଏହି ମିଛ ଧରା ପକାଇ ଦେଇଛି। ଏହାଛଡା ବିଧାନସଭାରେ ଗତ ମଙ୍ଗଳବାର ଶ୍ରୀ ପାତ୍ର ରାଜ୍ୟରେ ଏବେ ସୁଦ୍ଧା ୬୪. ୧୦ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି ବୋଲି କହିଥିଲା ବେଳେ ତାପରେ ଏକ ଭିଡିଓ ବାର୍ତ୍ତାରେ ୬୩. ୬୫ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି ବୋଲି କହିଛନ୍ତି। ଦୁଇ ଦିନରେ ଦୁଇଟି ଅଲଗା ତଥ୍ୟ ଦେଇଥିବାରୁ ଶ୍ରୀ ପାତ୍ର କେବଳ ଡାହା ମିଛ କହୁଛନ୍ତି ବୋଲି ପ୍ରମାଣିତ ହେଉଛି। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ୧୯୩ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି। ସରକାର ସମସ୍ତ ଧାନ କିଣିବ ବୋଲି କହିଥିବା ବେଳେ ଏବେ ସୁଦ୍ଧା ମାତ୍ର ୬୩ ଲକ୍ଷ ମେଟ୍ରିକ ଟନ କିଣା ଯାଇଛି ଯାହା ସମୁଦାୟ ଧାନ ଉତ୍ପାଦନର ମାତ୍ର ୩୩ ପ୍ରତିଶତ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାନ କିଣା ଚାଲିବ ବୋଲି କୁହାଯାଇଥିବାରୁ ଆଉ ମାତ୍ର ଗୋଟିଏ ମାସରେ ସରକାର ବଳକା ଧାନ କିଣିବାରେ ସକ୍ଷମ ହେବେ ବୋଲି ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

    ଲେନିନ ମହାନ୍ତି କହିଛନ୍ତି ବିଜେପି ସରକାର ଯାହା କୁହନ୍ତି ତାହା କେବେ ହେଲେ କରନ୍ତି ନାହିଁ। କଟନୀ ଛଟନି ବିନା ଧାନ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପ୍ରତି କ୍ୱିଣ୍ଟାଲ ପିଛା ୭କେଜିରୁ ୧୦କେଜି କଟାଯାଉଛି। ୪୮ ଘଣ୍ଟା ଭିତରେ ଧାନର ମୂଲ୍ୟ ଡିବିଟି ମାଧ୍ୟମରେ କୃଷକ ମାନଙ୍କୁ ପ୍ରଦାନ କରାଯିବ ବୋଲି କୁହା ଯାଇଥିଲେ ମଧ୍ୟ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ମୂଲ୍ୟ ମିଳିପାରୁନାହିଁ। ପଞ୍ଜିକରଣ, ଟୋକନ ବିତରଣ ଓ ମଣ୍ଡିରେ ଅବ୍ୟବସ୍ଥା ଇତ୍ୟାଦି କୃଷକ ମାନଙ୍କୁ ନାହିଁ ନଥିବା ସମସ୍ୟାରେ ପକାଇଛି। ଆଜି ଚାଷୀ ଭାଇର ମୃତ୍ୟୁ ପାଇଁ ଯୋଗାଣ ମନ୍ତ୍ରୀ ଦାୟୀ। ନୈତିକତା ଦୃଷ୍ଟିରୁ ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଲେନିନ ମହାନ୍ତି କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook