Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବୋଲଗଡ଼ ବିଡ଼ିଓଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିଜେଡିର ନିନ୍ଦା

    Share on :
    ajab-Image
    Date: Feb 20, 2026    Views: 2443

    ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକର ବିଡ଼ିଓ ଶ୍ରୀମତୀ ସୁମନ ସୁଧା କୁଣ୍ଡୁଙ୍କ ଦ୍ୱାରା ଅଗଣତାନ୍ତ୍ରିକ କାର୍ଯ୍ୟ ଓ ଦଳୀୟ ଭିତ୍ତିରେ ପକ୍ଷପାତ ବ୍ୟବହାର, ପ୍ରଶାସନିକ ଅନିୟମିତାକୁ ତୀବ୍ର ଭାବେ ନିନ୍ଦା କରିଛି ବିଜୁ ଜନତା ଦଳ । ବୋଲଗଡ଼ ବ୍ଲକରେ ଘଟୁଥିବା ଘଟଣାକୁ ନେଇ ଦଳ ଗଭୀର ଚିନ୍ତା ପ୍ରକାଶ କରିବା ସହ ଏହା ପଞ୍ଚାୟତସ୍ତରରେ ଲୋକତାନ୍ତ୍ରିକ କାର୍ଯ୍ୟପ୍ରଣାଳୀ ପାଇଁ କ୍ଷତିକାରକ ବୋଲି ବିଜେଡି କହିଛି । 
    ଗତ ୮ ଦିନ ଧରି ବିଭିନ୍ନ ରାଜନୈତିକ ଦଳର ନିର୍ବାଚିତ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସି ସାଧାରଣ ବିକାଶମୂଳକ ସମସ୍ୟାଗୁଡ଼ିକୁ ଉଠାଇ ଆସୁଛନ୍ତି । ଏଥିରେ କଳ୍ୟାଣକାରୀ ଯୋଜନାର ରୂପାୟନରେ ବିଳମ୍ୱ, ଅସଂପୂର୍ଣ୍ଣର୍ ଅବସ୍ଥାରେ ଥିବା ଅଧାଗଢା କାମ ଓ ଗ୍ରାମୀଣ ଲାଭାର୍ଥୀ ମାନଙ୍କ ସମସ୍ୟା ସମ୍ମିଳିତ ଅଛି । ଏହି ଆନେ୍ଦାଳନ ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ଚାଲିଛି । ଯାହା ଆଇନସମ୍ମତ ଉପାୟରେ ଜନସମସ୍ୟା ସମାଧାନ ପାଇଁ ପ୍ରତିନିଧିମାନଙ୍କ ସଙ୍କଳ୍ପକୁ ପ୍ରତିବିମ୍ୱିତ କରୁଛି । 
    ସେହିପରି ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଗଠନମୂଳକ ଆଲୋଚନା କରିବା ପରିବର୍ତ୍ତେ, ବିଡ଼ିଓ ମହୋଦୟା ମୁକାବିଲା ମନୋଭାବ ନେଇ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ଧାରଣା ସମୟରେ ନିର୍ବାଚିତ ବ୍ଲକ ଚେୟାରମ୍ୟାନଙ୍କୁ ବ୍ଲକ କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିବାରୁ ବଞ୍ଚିତ କରାଯାଇଥିଲା । ଏହିପରି କାର୍ଯ୍ୟ ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଗୋଟିଏ ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ ଏବଂ ପଞ୍ଚାୟତିରାଜ ପ୍ରଣାଳୀରେ ଉଦ୍ଦିଷ୍ଟ ଲୋକତାନ୍ତ୍ରିକ ବିକେନ୍ଦ୍ରୀକରଣର ଆତ୍ମାକୁ କ୍ଷତିଗ୍ରସ୍ତ କରୁଛି । ବିଜେଡି କହିଛି ଯେ ନିର୍ବାଚିତ ପ୍ରତିନିଧିଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନରୁ ବଞ୍ଚିତ କରିବା ଏକ ଅଗଣତାନ୍ତ୍ରିକ କାର୍ଯ୍ୟ ଏବଂ ପ୍ରଚଳିତ ପ୍ରଶାସନିକ ମାନଦଣ୍ଡଙ୍କୁ ବିରୋଧ କରୁଛି ।
    ବ୍ଲକ ପ୍ରଶାସନରେ କଥିତ ଦଳପକ୍ଷପାତୀ କାର୍ଯ୍ୟପ୍ରଣାଳୀ ନେଇ ଦଳ ଗଭୀର ଚିନ୍ତା ପ୍ରକାଶ କରିଛି । ସରକାରୀ କର୍ମଚାରୀମାନେ ରାଜନୈତିକ ନିରପକ୍ଷତା ରକ୍ଷା କରି ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସମନ୍ୱୟରେ ଲୋକଙ୍କ କଳ୍ୟାଣ ଓ ବିକାଶ ପାଇଁ କାମ କରିବାକୁ ବାଧ୍ୟ ବୋଲି ଦଳ ଜୋର ଦେଇଛି । 
    ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ଶ୍ରୀ ନାରାୟଣ ଜେନା ଏବଂ ଶ୍ରୀମତୀ ରିତାଞ୍ଜଳି ପ୍ରଧାନଙ୍କ ସମେତ ବିଜେଡି ନେତାମାନଙ୍କ ଏକ ପ୍ରତିନିଧିମଣ୍ଡଳୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ପିଡିଡିଆରଡିଏଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ଏହି ବିଷୟରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ ।
    ବିଜେଡି ବିଡ଼ିଓଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର ସ୍ୱଚ୍ଛ ଓ ସମୟସୀମାବଦ୍ଧ ତଦନ୍ତ, କଥିତ ଭାବେ ବ୍ଲକ ଚେୟାରମ୍ୟାନଙ୍କୁ ପ୍ରବେଶ ଅନୁମତି ନମିଳିବାର ପରିସ୍ଥିତିର ଅନୁଧ୍ୟାନ ଏବଂ ପ୍ରଶାସନିକ ନିରପେକ୍ଷତା ଓ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ପୁନରୁଦ୍ଧାର ପାଇଁ ଉଚିତ ପଦକ୍ଷେପ ନେବାକୁ ଦାବି କରିଛି । ସେହିପରି, ବୋଲଗଡ଼ ବ୍ଲକରେ ବିକାଶମୂଳକ କାର୍ଯ୍ୟଗୁଡ଼ିକ ସୂଚାରୁ ଓ ଅବାଧ ଭାବେ ଚାଲୁ ରଖିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook