ମୁଖ୍ୟ ଖବର
ଭୁବନେଶ୍ୱର : ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ। ପୁଣି ନୂଆ ଏନ୍ଏସି ଓ ମହାନଗର ନିଗମରେ ବି ନିର୍ବାଚନ ପାଇଁ କସରତ ଆରମ୍ଭ ହେଲାଣି। ତେଣୁ ନିର୍ବାଚନ ଆଗରୁ ତୃଣମୂଳସ୍ତରରେ ଦଳକୁ ଏକାଠି କରିବାକୁ ବିଜେଡି ଅଣ୍ଟା ଭିଡ଼ିଛି । ନିଜର ପାରମ୍ପରିକ ମହିଳା ଭୋଟ୍ ବ୍ୟାଙ୍କକୁ ନିଜ ଆଡ଼କୁ ଭିଡ଼ିବାକୁ ବିଶାଳ ମହିଳା ଟିମ୍ ଗଢ଼ିଛି । ରାଜ୍ୟ କମିଟି ସହ ଜିଲ୍ଲା ଓ ଜୋନ୍ ସ୍ତରରେ ସକ୍ରିୟ ନେତ୍ରୀଙ୍କୁ ଦାୟିତ୍ୱ ଦେଇଛି ଦଳ । ରାଜ୍ୟ କମିଟିରେ ୧୫୮ ଜଣ ସ୍ଥାନ ପାଇଛନ୍ତି । ଏଥିରେ ୧୮ଜଣଙ୍କୁ ବରିଷ୍ଠ ଉପସଭାପତି, ୪୬ଜଣଙ୍କୁ ଉପସଭାପତି, ୫୧ଜଣଙ୍କୁ ସାଧାରଣ ସମ୍ପାଦକ ଓ ୪୩ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ।
୨୬ ଜିଲ୍ଲାରେ ବିଜୁ ମହିଳା ଜନତା ଦଳର ସଭାପତି ଦାୟିତ୍ୱ ବଣ୍ଟାଯାଇଛି । ଏଥିରୁ ୭ଟି ଜିଲ୍ଲାରେ ଜିଲ୍ଲା ସଭାପତି ସମେତ କାର୍ଯ୍ୟକାରୀ ସଭାପତିଙ୍କୁ ବି ରଖାଯାଇଛି । ପୁଣି କିଛି ଜିଲ୍ଲା ଓ ସହରକୁ ମିଶାଇ ଜୋନ୍ ଗଢ଼ାଯାଇଛି । ୭ଟି ଜୋନ୍ରେ ୧୩ଜଣଙ୍କୁ ଜୋନ୍ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ । ବିଜୁ ମହିଳା ଜନତା ଦଳର ରାଜ୍ୟ କମିଟିରେ କନକପ୍ରଭା ଲେଙ୍କା, ଉମାଦେବୀ ଅଗ୍ରୱାଲ, କ୍ୟୁ ସୁଲତାନା, ବାସନ୍ତୀ ମଲ୍ଲିକ, ଉଷାରାଣୀ ମହାନ୍ତି, ସାରଳା ସ୍ୱାଇଁ, ସୁନୀତି ସିଂ, ଶକୁନ୍ତଳା ମହାପାତ୍ର, ସନ୍ଧ୍ୟାରାଣୀ ବିଶ୍ୱାଳ, ସବିତା ମହାପାତ୍ର, ଉଷା ପ୍ରଧାନ, ସଂଯୁକ୍ତା ମହାନ୍ତି, ଜୟଶ୍ରୀ ଦାସ, ଗୋପା ମହାନନ୍ଦ, ଶାନ୍ତିଲତା ପ୍ରଧାନ, ଶକୁନ୍ତଳା ସାହୁ, ସୁଭଦ୍ରା ଦାଶ ଓ ସ୍ନେହାଞ୍ଜଳି ମହାନ୍ତିଙ୍କୁ ବରିଷ୍ଠ ଉପସଭାପତି ନିଯୁକ୍ତ କରାଯାଇଛି ।
ସେହିଭଳି ଅନୁଗୁଳ ଜିଲ୍ଲାର ବିଜୁ ମହିଳା ଜନତା ଦଳ ସଭାପତି ଭାବେ ବବିତା ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି । ବୌଦ୍ଧ ପାଇଁ ଦୀପ୍ତିପ୍ରଭା ସ୍ୱାଇଁ, ବରଗଡ଼ କଳ୍ପନା ମାଝି, ବଲାଙ୍ଗିର ଗୀତା ବିଶି, ଦେବଗଡ଼ ଆରୁଣି ପ୍ରଧାନ, ଗଜପତି ସଂଯୁକ୍ତା ବେହେରା, ଜଗତସିଂହପୁର ଲୋରା ମହାପାତ୍ର, କଳାହାଣ୍ଡି ସବିତା ପ୍ରଧାନ, କନ୍ଧମାଳ ପୁନମ କହଁର, କେନ୍ଦ୍ରାପଡ଼ା ସରିତା ସାହୁ, ମାଲକାନଗିରି ସାମରି ଟାଙ୍ଗୁଲ, ନବରଙ୍ଗପୁର ମଞ୍ଜୁଳା ମାଝି, ନୂଆପଡ଼ା ସନ୍ତୋଷିନୀ ସାଲ୍ମା, ନୟାଗଡ଼ ବିଜୟଲକ୍ଷ୍ମୀ ସାହୁ, ରାୟଗଡ଼ା ଅନସ୍ୱୟା ମାଝି, ସମ୍ବଲପୁର ସଂଯୁକ୍ତା ମେହେର, ସୋନପୁର ପଦ୍ମିନୀ ବାଘର, ସୁନ୍ଦରଗଡ଼ ରଞ୍ଜନା ପଣ୍ଡା ଓ ରାଉରକେଲା ପାଇଁ ସନ୍ଧ୍ୟାରାଣୀ ଲାକ୍ରା ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି । ଭଦ୍ରକ ପାଇଁ ବିଦ୍ୟୁତଲତା ନାୟକ ଜିଲ୍ଲା ସଭାପତି ହୋଇଥିବାବେଳେ ଦେବୀନାଥ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି । କଟକ ପାଇଁ ଅନିତା ବେହେରା ଜିଲ୍ଲା ସଭାପତି ଓ ପୂର୍ଣ୍ଣିମା ସିଂହ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି । ଢେଙ୍କାନାଳ ପାଇଁ ସାଗରିକା ମିଶ୍ର ଜିଲ୍ଲା ସଭାପତି ଓ ଶୁଭଲକ୍ଷ୍ମୀ ସାହୁ କାର୍ଯ୍ୟକାରୀ ସଭାପତି ରହିଛନ୍ତି । ଝାରସୁଗୁଡ଼ା ପାଇଁ ଜୟନ୍ତୀ ବାହୁ ଜିଲ୍ଲା ସଭାପତି ଓ ପଦ୍ମିନୀ ସିଂହ କାର୍ଯ୍ୟକାରୀ ସଭାପତି, କେନ୍ଦୁଝର ପାଇଁ କମଳିନୀ ପାତ୍ର ଜିଲ୍ଲା ସଭାପତି ଓ ସାବିତ୍ରୀ ସେଠୀ କାର୍ଯ୍ୟକାରୀ ସଭାପତି, କୋରାପୁଟ ପାଇଁ ପାର୍ବତୀ ମସ୍ତି ଜିଲ୍ଲା ସଭାପତି ଓ ଉର୍ମିଳା ମୁଦୁଲି କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି । ସେହିପରି ପୁରୀ ପାଇଁ କସ୍ତୁରୀ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଓ ମାନସୀ ହରିଚନ୍ଦନଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି।
Comments ସମସ୍ତ ମତାମତ