ମୁଖ୍ୟ ଖବର
ଭୁବନେଶ୍ୱର: ପୁଣି ଉଠିଲା କଳିକେଶଙ୍କୁ ବିଜେଡି ନେତୃତ୍ୱ ପ୍ରଦାନ ପ୍ରସଙ୍ଗ । ଏହି ପ୍ରସଙ୍ଗକୁ ନେଇ ଗତ କିଛି ଦିନ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ତେବେ କଳିକେଶ ନିଜେ ନବୀନ ନିବାସ ଯାଇ ବିଜେଡି ସଭାପତିଙ୍କୁ ଭେଟିବା ପରେ ଏହା କେବଳ ଏକ ଚର୍ଚ୍ଚା ବୋଲି କହିଥିଲେ । ଏପରିକି ନବୀନ ଏକମାତ୍ର ସର୍ବମାନ୍ୟ ନେତା ବୋଲି କହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ତେବେ ଶନିବାର ଏହାକୁ ନେଇ ମତ ରଖିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।
ସେ କହିଛନ୍ତି ଯେ କଳିକେଶ ଜଣେ ଯୁବ ଦକ୍ଷ ନେତା । ତାଙ୍କ ପରିବାର ସହ ନବୀନଙ୍କ ଭଲ ସମ୍ପର୍କ । ନବୀନଙ୍କୁ ଭେଟିବା ନୂଆ କଥା ନୁହେଁ । ତେବେ କଳିକେଶ ଏକୁଟିଆ ନେତୃତ୍ୱ ନେଇପାରିବେନି । ବର୍ତ୍ତମାନ ସମସ୍ତଙ୍କୁ ସାଥୀରେ ନେଇ ଯିବାର ଅଛି । କିଛି ନେତାଙ୍କୁ ବର୍ତ୍ତମାନ ଅଣଦେଖା କରାଯାଉଛି । ସେମାନଙ୍କୁ ସାଥୀରେ ନେବା ଉଚିତ । ପଞ୍ଚାୟତ ନିର୍ବାଚନରେ ସମସ୍ତଙ୍କୁ ଏକାଠି କରି କାମ ନକଲେ ଦଳ ପାଇଁ କ୍ଷତି ।
ପ୍ରକାଶ ଯେ କଳିକେଶଙ୍କୁ ନେତୃତ୍ୱ ପ୍ରଦାନ ନେଇ ପ୍ରଥମେ ପ୍ରସଙ୍ଗ ଉଠାଇଥିଲେ ଦିବ୍ୟଶଙ୍କର ମିଶ୍ର ।
Comments ସମସ୍ତ ମତାମତ