Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟର ପୋଲିସ ଥାନା ଗୁଡିକ ଏବେ ବିଜେପିର କୁଜି ନେତାଙ୍କ କବଜାରେ: ବିଜେଡି

    Share on :
    ajab-Image
    Date: Feb 12, 2026    Views: 2170

    ଭୁବନେଶ୍ୱର: ରାଜ୍ୟ ମାନବାଧିକାର ଆୟୋଗ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ବିରୋଧ ପ୍ରଦର୍ଶନ ସମୟରେ ୩ ଜଣ ପୂର୍ବତନ ଛାତ୍ର ତଥା ବିଜେଡି ନେତାଙ୍କ ବିରୋଧରେ ଆର୍ମ୍ସ ଆକ୍ଟରେ ହୋଇଥିବା କେସ୍କୁ ନକଲି ବୋଲି ଅଭିହିତ କରିବା ପରେ ବିଜେଡି ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏହିଭଳି ମାମଲାରେ ନକଲି କେସ୍ ଯେପରି ରୁଜୁ ନହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ମାନବ ଅଧିକାର ଆୟୋଗ ରାଜ୍ୟ ପୋଲିସ ମହାନିଦେ୍ର୍ଦଶକଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲା ମିଛ ବୋଲି ପ୍ରମାଣିତ ହେବା ପରେ ପୋଲିସ ମହାନିଦେ୍ର୍ଦଶକ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି । 
    ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ରାଜ୍ୟର ବିକାଶକୁ ଆଗେଇ ନେବା ପରିବର୍ତ୍ତେ, କେବଳ ନାମ ଓ ରଙ୍ଗ ପରିବର୍ତ୍ତନକୁ ପ୍ରାଥମିକତା ଦେଇଆସୁଛି । ସେହି ପ୍ରକ୍ରିୟାରେ ରାଜ୍ୟର ଗୌରବମୟ ଶିକ୍ଷା ଅନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା, ଯାହାକୁ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଅନୁଷ୍ଠାନ ମାନେ ନାପସନ୍ଦ କରିଥିଲେ । ସେହି ସମୟରେ ପୁରାତନ ଛାତ୍ର ଓ କଟକ ସହରର ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା କଟକ ସହରରେ ଏକ ମଶାଲ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଏହାପରେ ପୋଲିସ ତରଫରୁ ମାଲଗୋଦାମ ଥାନାରେ ବିଜେଡି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ମୁଖପାତ୍ର ଡ଼ ଲେନିନ ମହାନ୍ତି ଓ ଆଉ ଜଣେ ଛାତ୍ରନେତାଙ୍କ ବିରୋଧରେ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରାଯାଇଥିଲା । ଏହା ଏକ ସମ୍ପୂର୍ଣ୍ଣ ମିଛ ମାମଲା ବୋଲି ଦାବି କରି ଡ଼ ଲେନିନ ମହାନ୍ତି ରାଜ୍ୟ ମାନବାଧିକାର ଆୟୋଗର ଦ୍ୱାରସ୍ଥ ହୋଇଥିଲେ । ମାନବ ଅଧିକାର କମିସନଙ୍କ ତରଫରୁ ମାଲଗୋଦାମ ଥାନାକୁ ଏହି କେସ୍ର ରିପୋର୍ଟ ମାଗିଥିଲେ । ଥାନା ତାର ରିପୋର୍ଟରେ ଏହି କେସ୍ର କୌଣସି ସତ୍ୟାସତ୍ୟ ନାହିଁ, ସୁତରାଂ ଏହା ଏକ ମିଛ କେସ୍ ବୋଲି କୁହାଯାଇଥିଲା ।  
    ଡ଼ ମହାନ୍ତି କହିଥିଲେ, ଏହି ମାମଲାର ଶୁଣାଣି କରି ମାନବ ଅଧିକାର ଆୟୋଗ ନିକଟରେ ଦେଇଥିବା ଅର୍ଡରରେ ଏହି କେସ୍କୁ ମିଛ ବୋଲି ଅଭିହିତ କରିବା ସହିତ ଏପରି ମିଛ କେସ୍ର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ପୋଲିସ ମହାନିଦେ୍ର୍ଦଶକଙ୍କୁ କିଛି ନିଦେ୍ର୍ଦଶ ଦେଇଛନ୍ତି । ଏହିପରି ମାମଲା ଗୁଡିକରେ ଏଫଆଇଆର ଦାଖଲ କରିବା ପୂର୍ବରୁ, ପ୍ରାଥମିକ ତଦନ୍ତ କରି କେବଳ କିଛି ପ୍ରାମାଣିକ ତଥ୍ୟ ଥିଲେ ମାମଲା ରୁଜୁ କରିବାକୁ ଆୟୋଗ ତାଙ୍କ ଅର୍ଡରରେ ପୋଲିସ ମହାନିଦେ୍ର୍ଦଶକଙ୍କୁ ରାଜ୍ୟର ସବୁ ପୋଲିସ ଥାନାକୁ ନିଦେ୍ର୍ଦଶ ଦେବାକୁ କହିଛନ୍ତି । ନିଦେ୍ର୍ଦାଷ ଲୋକମାନେ ଯେପରି ମିଛ କେସ୍ରେ ହଇରାଣ ନହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ଆୟୋଗ ନିଦେ୍ର୍ଦଶ ଦେଇଛନ୍ତି । ଏହା ମିଛ ବୋଲି ପ୍ରମାଣିତ ହେବା ପରେ ରାଜ୍ୟର ପୋଲିସ ମହାନିଦେ୍ର୍ଦଶକ କ୍ଷମା ମାଗନ୍ତୁ ବୋଲି ଡ଼ ମହାନ୍ତି ଦାବି କରିଛନ୍ତି । 
    ଡ଼ ମହାନ୍ତି କହିଥିଲେ, ମାନବ ଅଧିକାର ଆୟୋଗ ଏହି ମାମଲାକୁ ମିଛ ବୋଲି ଅଭିହିତ କରିବା ପରେ, ରାଜ୍ୟର ପୋଲିସ କିଭଳି ଭାବେ ସରକାରୀ ଦଳର ନେତା ମନ୍ତ୍ରୀଙ୍କ ପ୍ରରୋଚନାରେ ମିଛ ମାମଲାରେ ରୁଜୁ କରାଯାଉଛି । ରାଜ୍ୟର ପୋଲିସ ଥାନା ଗୁଡିକ ଏବେ ବିଜେପିର କୁଜି ନେତା ମାନଙ୍କ କବାଜରେ ରହିଛି । ପୋଲିସ ଥାନାକୁ ନ୍ୟାୟ ମାଗିବାକୁ ଯିବା ପାଇଁ ଲୋକ ଡରିଲେଣି । ଏହି ପ୍ରେସ୍ମିଟ୍ରେ ଦଳର ମୁଖପାତ୍ର ଶ୍ରୀ ମିହିର ରାୟ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook