Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବନ୍ଦ ଡାକରା ପାଇଁ ସାଧୁବାଦ: ବିଜେଡି

    Share on :
    ajab-Image
    Date: Jan 27, 2026    Views: 2516

    ଭୁବନେଶ୍ୱର: ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏହା ଅଧୀନରେ, ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ଅଛି।

    ସେପଟେ, ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି। ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୂଚନା ଦେଇଛନ୍ତି। ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଜେଡି ମଧ୍ୟ ସମର୍ଥନ ଜଣାଇ ବନ୍ଦ ଡାକରା ପାଇଁ ସାଧୁବାଦ ଜଣାଇଛି। ବନ୍ଦ ଡାକରାକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭଲ ପଦକ୍ଷେପ, ସାଧୁବାଦ ଜଣାଉଛୁ । ଚାଷୀ ସମସ୍ୟା, PUCC, ସ୍ମାର୍ଟ ସିଟି ପ୍ରସଙ୍ଗରେ ଆମର ୨ରୁ ଆନ୍ଦୋଳନ। ‘ନବ ନିର୍ମାଣ କୃଷକ ସଂଗଠନକୁ ଅଲ ଦି ବେଷ୍ଟ, ସେ ତାଙ୍କ କାର୍ଯ୍ୟକ୍ରମ ଆଗାନ୍ତୁ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook