Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    "ଲୋକେ ସଶକ୍ତ ହୁଅନ୍ତୁ, ଓଡ଼ିଶା ଆଗକୁ ବଢୁ"- ନବୀନ

    Share on :
    ajab-Image
    Date: Jan 27, 2026    Views: 3468

    ଭୁବନେଶ୍ବର: ଶଙ୍ଖ ଭବନରେ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଦଳର ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଛନ୍ତି । ଏଥିରେ ହଜାର ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଯୋଗ ଦେଇଛନ୍ତି ।
    ଦେଶ ଆଜି ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । ଶଙ୍ଖ ଭବନରେ ମଧ୍ୟ ଆଜି ବିଜୁ ଜନତା ଦଳ ପକ୍ଷରୁ ପାଳନ ହୋଇଛି ସାଧାରଣତନ୍ତ୍ର ଦିବସ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ବିଜେଡି ସଭାପତି ସାଧାରଣତନ୍ତ୍ର ଦିବସ ୨୦୨୬ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଦଳର ବରିଷ୍ଠ ନେତା ଓ କର୍ମୀଙ୍କ ଗହଣରେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଛନ୍ତି । ଏଥିରେ ହଜାର ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଯୋଗ ଦେଇଛନ୍ତି । ନବୀନ କହିଛନ୍ତି, "ଲୋକେ ସଶକ୍ତ ହୁଅନ୍ତୁ । ଜନମତକୁ ସମ୍ମାନ ଦିଅନ୍ତୁ । ଓଡ଼ିଶା ଆଗକୁ ବଢୁ ।"
    ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "୭୭ ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହିତ ରାଜ୍ୟ ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନରେ ପାଳନ ହୋଇଛି । ଓଡ଼ିଶାର ଜନଗଣଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଜନ ଗଣ ମନର ଗାନ ଭିତରେ ଏହା ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସାଧାରଣତନ୍ତ୍ର ଦିବସ ଗର୍ବର ଦିନ । ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ରାଜ୍ୟର ଦାରିଦ୍ର୍ୟ ହ୍ରାସ କରିବା ଦିଗରେ ନବୀନଙ୍କ ନେତୃତ୍ୱରେ ଆଗୁଆ ରହିଥିଲା । ସେହିପରି ଓଡ଼ିଶା ଆହୁରି ସଶକ୍ତ ହେଉ । ଲୋକଙ୍କ ରୋଜଗାର ବଢୁ । ଲୋକେ ମୌଳିକ ସୁବିଧା ସୁଯୋଗ ପାଆନ୍ତୁ । ଚାଷୀକୂଳର ଆୟ ବୃଦ୍ଧି ହେଉ ।"
    ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା କହିଛନ୍ତି, "ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ । ଓଡିଶା ବାସୀଙ୍କ ସ୍ୱାର୍ଥ ବିଜେଡି ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ରାଜ୍ୟ ଆଗାମୀ ଦିନରେ ଆହୁରି ବିକଶିତ ହେଉ ତାହା ଆମର ଆଶା ।" ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ଜନସାଧାରଣଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ । କଷ୍ଟ ଲବ୍ଧ ସ୍ୱାଧୀନତା ଦେଇଥିବା ଆମ ପୂର୍ବଜଙ୍କୁ ଧନ୍ୟବାଦ ।"
    ସେହିପରି ଗଣତନ୍ତ୍ର ଦିବସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ନବୀନ ନିବାସରେ ପତାକା ଉତ୍ତୋଳନ କରିବା ସହ କୁନି କୁନି ପିଲାମାନଙ୍କୁ ଉପହାର ଦେଇଛନ୍ତି ।

     

    Maximum 500 characters

    ରାଜନୀତି View all

    Find Us on Facebook