ମୁଖ୍ୟ ଖବର
ଭୁବନେଶ୍ୱର: ପାଟକୁରା ନିର୍ବାଚନମଣ୍ଡଳୀର ଶହ ଶହ ବିଜେଡି କର୍ମୀ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ପାଟକୁରା ବିଧାୟକଙ୍କୁ ନିଲମ୍ବନ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ। ଏହାସହିତ ଦଳ କୁ ମଜବୂତ କରିବାକୁ ଆଗାମୀ ଦିନରେ ସଭାପତି ଯାହା ନିଷ୍ପତ୍ତି ନେବେ ସେଥିପ୍ରତି ସେମାନଙ୍କର ଦୃଢ଼ ସମର୍ଥନ ମଧ୍ୟ ଘୋଷଣା କରିଥିଲେ।
ପାଟକୁରାରୁ ଆସିଥିବା କର୍ମୀମାନଙ୍କୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ସବୁବେଳେ ଲୋକଙ୍କ ସେବା ରେ ବିଶ୍ୱାସ କରେ। ଲୋକଙ୍କ ସ୍ୱାର୍ଥ ବିରୋଧରେ ତଥା ଦଳ ବିରୋଧରେ କାମ କରୁଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ବି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ।
ସୂଚନା ଯୋଗ୍ୟ ଯେ ନିକଟରେ ଦଳବିରୋଧୀ କାର୍ଯ୍ୟ ପାଇଁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଙ୍କୁ ସଭାପତି ନବୀନ ପଟ୍ଟନାୟକ ବିଜେଡିରୁ ନିଲମ୍ବିତ କରିଥିଲେ।
ଆଜି ପାଟକୁରା ବିଜେଡି କର୍ମୀ ମାନେ ଭେଟିବା ସମୟ ରେ ବିଧାୟକ ପ୍ରତାପ କେଶରୀ ଦେବ,ବିଧାୟକ ଧ୍ରୁବ ସାହୁ.,ସୁନୀଲ ମହାନ୍ତି,ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ ଜେନା ଙ୍କ ସମେତ କେନ୍ଦ୍ରାପଡ଼ା ର ୫ ଜଣ ଜିଲ୍ଲା ପରିଷଦ ସଭ୍ୟ,ପାଟକୁରା ର ଦୁଇ ବ୍ଲକ ରେ vice chairman ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ
Comments ସମସ୍ତ ମତାମତ