Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ଷଡ଼ଯନ୍ତ୍ରର ମଙ୍ଗ ଧରିଥିଲେ ଅରବିନ୍ଦ: ବିଜେଡି

    Share on :
    ajab-Image
    Date: Jan 18, 2026    Views: 2637

    ଭୁବନେଶ୍ୱର:  ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ, ତାଙ୍କ ନିଲମ୍ବନ ପଛର କାରଣ କହିଛି ବିଜେଡି । ଦଳର ସାଧାରଣ ସମ୍ପାଦକ ଅମରେଶ ପତ୍ରୀଙ୍କ କହିବା ଅନୁସାରେ, ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନିଆଯାଉଥିଲା । ଆଉ ଏଥିରୁ ଜଣାପଡ଼ିଥିଲା ଯେ, ଟିକେଟ୍ ନେବା ପରଦିନଠୁ ଦଳ ସହ ଅରବିନ୍ଦ ମହାପାତ୍ର ବିଶ୍ୱାସ ଘାତକତା କରିଥିଲେ । ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ଷଡ଼ଯନ୍ତ୍ରର ମଙ୍ଗ ଧରିଥିଲେ ଅରବିନ୍ଦ । ନିଜ କାର୍ୟ୍ୟକ୍ରମରେ ଦଳୀୟ ଚିହ୍ନ ଆଉ ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ବି ରଖୁନଥିଲେ । ଖାଲି ସେତିକି ନୁହେଁ, ପଞ୍ଚାୟତରେ ଦଳ ଲୋକଙ୍କୁ ହଟାଇ ନିଜ ଲୋକଙ୍କୁ ଅରବିନ୍ଦ ରଖୁଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ।
    ଅମରେଶ ପତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯୁବ ପ୍ରତିଭାଙ୍କୁ ନବୀନ ପଟ୍ଟନାୟକ ଅନେକ ସମୟରେ ସୁଯୋଗ ଦେଇଛନ୍ତି । ଆଗକୁ ବଢ଼ିବାକୁ ଦଳର ଅନେକ ଗୁରୁତ୍ଵପୂର୍ଣ୍ଣ ପଦପଦବୀରେ ମଧ୍ୟ ରଖିଛନ୍ତି। କିନ୍ତୁ ଦୁର୍ନୀତି ଓ ବିଶ୍ୱାସଘାତକ କାରଣରୁ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ବିନା ତଥ୍ୟରେ ଦଳର ସଭାପତି ନିଷ୍ପତି ନିଅନ୍ତିନି ବୋଲି ସେ କହିଛନ୍ତି।

    ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅରବିନ୍ଦ କେବଳ ଦଳ ସହ ବିଶ୍ୱାସଘାତକ କରିନାହାନ୍ତି ବରଂ ପାଟକୁରାବାସୀଙ୍କ ସହ କରିଛନ୍ତି। ୨୫ ବର୍ଷ ତଳେ ତାଙ୍କ ବାପା ଯାହା କରିଥିଲେ ତାକୁ ଭୁଲି ତାଙ୍କୁ ଟିକେଟ ଦିଆଗଲା । ଆଉ ଟିକେଟ ପାଇ ଜିତିବା ପରେ ପ୍ରଥମ ଦିନରୁ ଆରମ୍ଭ ହେଲା ତାଙ୍କର କାମ। ଟିକେଟ ମିଳିବ ସମୟରେ ସେ ସାଂସଦ ପ୍ରାର୍ଥୀଙ୍କୁ ହରେଇବାକୁ ଗୁରୁଦାୟିତ୍ଵ ନେଇଥିଲେ ଆଉ ଷଡ଼ଯନ୍ତ୍ର କରିଥିଲେ। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook