Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ମୁନ୍ନା

    Share on :
    ajab-Image
    Date: Dec 26, 2025    Views: 3470

    ଭୁବନେଶ୍ୱର: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନନେଇ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି ଯେ ଆମେ ବିଜୁ ପଟ୍ଟନାୟକଙ୍କ ରାସ୍ତାରେ ଚାଲୁଥିଲୁ । ନବୀନ ବାବୁ ଆସିବା ପରେ ଟିକେ ପରିବର୍ତ୍ତନ କଲେ । ବିଜୁ ବାବୁ କହୁଥିଲେ ଯେଉଁ ଅଫିସର କାମ କରୁନାହିଁ, ତାକୁ ଚାପୁଡ଼ା ମାଡ଼ । କିନ୍ତୁ ଆମ ନେତା ନବୀନ ବାବୁ ଆମକୁ ଶାନ୍ତି ଶୃଙ୍ଖଳାର ପାଠ  ପଢ଼ାଇଲେ । ମୁଁ ନବୀନ ବାବୁଙ୍କୁ କହିସାରିଛି ଏବେ ଆମେ ବିଜୁ ବାବୁଙ୍କ ଫର୍ମୁଲା ଆପଣାଇବୁ । ଇଏ ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡ଼ିବୁନି, ମୁଁ କହିସାରିଛି । ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ  ଆଉ ଚଳିବ ନାହିଁ । କାହା ଅଣ୍ଡରରେ ରହିବା ନାହିଁ । ନବୀନଙ୍କ ଅଣ୍ଡରରେ ରହି କାମ କରିବା ବୋଲି ମୁନ୍ନା ଖାଁ କହିଛନ୍ତି ।  ଆମେ ବିଜୁ ବାବୁଙ୍କ ଫର୍ମୁଲା ଆପଣେଇବୁ। ଯେଉଁଠି ହେଉ କି ସେଠି ତାଙ୍କୁ ଗେଲ କରିବୁ । ଆଗାମୀ ଦିନରେ ତାହା ଦେଖିବେ । ଯେଉଁ ଦଳକୁ ଆମେ ପରିଶ୍ରମ କରି ଏତେ ବାଟ ପର୍ୟ୍ୟନ୍ତ ଆଣିଛୁ ସମସ୍ତଙ୍କୁ ଅନୁରୋଧ କରୁଛି ଆସନ୍ତୁ ଆମେ ନବୀନ ବାବୁଙ୍କ ସହ ରହିବ କାହାର ଚାପଲୁସି କରିବା ନାହିଁ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook