ମୁଖ୍ୟ ଖବର
ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ଦଳ ପୁଣି ଥଣେ ସଂକଳ୍ପ ନେବ । ଚଳିତ ବର୍ଷ ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରୁଛି ୨୯ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ ।
ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ଓଡ଼ିଶାର ବଳ ସାଜିବାକୁ ଆହ୍ବାନ ଦେଇଛନ୍ତି । ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ । ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି । ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
Comments ସମସ୍ତ ମତାମତ