Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନଙ୍କୁ ଭେଟିଲେ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ପ୍ରମୁଖ ନେତୃମଣ୍ଡଳୀ

    Share on :
    ajab-Image
    Date: Dec 18, 2025    Views: 2492

    ଭୁବନେଶ୍ୱର:  ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ, ନୂଆପଡ଼ା ବ୍ଲକ, ଖରିଆର ରୋଡ୍ ଏନଏସି ଓ ନୂଆପଡ଼ା ମୁ୍ୟନିସିପାଲିଟିର ବିଜୁ ଜନତା ଦଳର ପ୍ରମୁଖ ନେତା ମାନେ ନବୀନ ନିବାସ ଠାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଗତ ଉପନିର୍ବାଚନର ଫଳାଫଳ ଉପରେ ଆଲୋଚନା କରିବା ସହିତ ଦଳୀୟ ସଂଗଠନ ଉପରେ ବିସ୍ତୃତ ଭାବେ ସଭାପତିଙ୍କ ସହିତ ଆଲୋଚନା କରିଥିଲେ । ନବୀନ ବାବୁ ସମସ୍ତଙ୍କୁ ପରାମର୍ଶ ଦେଇ କହିଥିଲେ, ଆଗାମୀ ଦିନରେ ଆପଣମାନେ ଏକାଠି ହୋଇ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ବିରୋଧୀ ଦଳ ଭାବେ ଲୋକଙ୍କ ସମସ୍ୟା ଓ ବିଶେଷ ଭାବେ କୃଷକ ମାନଙ୍କ ସମସ୍ୟାକୁ ନେଇ ଲଢ଼େଇ କରନ୍ତୁ ।

    ଏହାପରେ ସମସ୍ତ ନେତୃମଣ୍ଡଳୀ ନୂଆପଡ଼ା ଉପନିର୍ବାଚନର ବିଜେଡି ପ୍ରାର୍ଥୀ  ସ୍ନେହାଙ୍ଗିନୀ ଛୁରିଆଙ୍କ ସହିତ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଶ୍ରୀମତୀ ଛୁରିଆ କହିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ ୯୧ଟି ବୁଥ୍ରେ ପ୍ରଶାସନ ସହଯୋଗରେ ଶାସକ ବିଜେପି ଦଳ ବୁଥ୍ ରିଗିଂ କରିଥିଲା ବେଳେ ୪୧ଟି ବୁଥ୍ରେ ୯୦ ପ୍ରତିଶତରୁ ଅଧିକ ଭୋଟ କିପରି ପଡ଼ିଲା ବୋଲି ପ୍ରଶ୍ନ କରିଥିଲେ । ବିଜେପିର ନୂଆପଡ଼ା ଉପନିର୍ବାଚନ ବିଜୟରେ ନିର୍ବାଚନ କମିଶନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ସମସ୍ତେ ସାମିଲ ଥିବା ଶ୍ରୀମତୀ ଛୁରିଆ ଅଭିଯୋଗ କରିଥିଲେ ।
    ଏହି ସାମ୍ବାଦିକ ସମ୍ମିଳନୀରେ ଅବନୀ ଯୋଶୀ, ମନୋଜ ମିଶ୍ର, ରାଜେଶ ନିଗମ, ଦୀପିକା ଦୀପ୍, ଭାନୁ ପ୍ରତାପ ସିଂ ମାଝୀ, ମୁରଲୀଧର ଭୋଇ, ଉମା ଠାକୁର, କ୍ଷମା ସିଂ ନିଆଲ, ଟିଟୁ ପଣ୍ଡା, ଚୁରଣ ସିଂ ମାଝୀ, ରାଜୁ ଚୌହ୍ୱାନ, କାର୍ତ୍ତିକ ଦୀପ୍, ହେମନ୍ତ କର, ବୁନୁ ଖମାରୀ, ଭବାନୀ ପାଣିଗ୍ରାହୀ, ଦେବୀ ରଞ୍ଜନ ଖମାରୀ, ଗଇନ୍ଦରାମ ସାହୁ, ହେମନ୍ତ କୁମ୍ଭାର, ରାଜକିଶୋର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook