Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମହାନଦୀ ସଂକଟର ସମାଧାନ କେବେ, ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ: ବିଜେଡି

    Share on :
    ajab-Image
    Date: Dec 14, 2025    Views: 2623

    ଭୁବନେଶ୍ୱର: ମହାନଦୀ ହେଉଛି ଓଡିଶାର ଜୀବନ ସ୍ରୋତ । ଗତ କିଛି ଦଶନ୍ଧି ହେଲା ଓଡିଶାବାସୀଙ୍କ ମା ସମାନ ମହାନଦୀର ଜୀବନସ୍ରୋତକୁ ସଂକୁଚିତ କରି ମା’କୁ ବିକଳାଙ୍ଗ କରିଦେବାର ହୀନ ଚକ୍ରାନ୍ତ ସମଗ୍ର ଓଡିଶାବାସୀଙ୍କ ପାଇଁ ବେଦନା ଦାୟକ ହୋଇପଡିଛି ବୋଲି ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି । ଏହାର ଆର୍ତ୍ତ ଚିକ୍ରାର ନା କେନ୍ଦ୍ର ସରକାର ଶୁଣୁଛନ୍ତି ନା ଛତିଶଗଡ ସରକାର । ଓଡିଶା ରାଜ୍ୟର ବିନା ସହମତିରେ ଆନ୍ତଃରାଜ୍ୟ ନଦୀ ଜଳ ସଂପର୍କିତ ସମସ୍ତ ବିଧି ବିଧାନକୁ ବେଖାତିର କରି ଛତିଶଗଡ ରାଜ୍ୟ ସରକାର ମହାନଦୀ ଉପରେ ଅତ୍ୟାଚାର କରୁଛନ୍ତି ଏବଂ କେନ୍ଦ୍ର ସରକାର ଶୁଣ୍ଢି ସାକ୍ଷୀ ମାତାଲ ଭଳି ନୀରବ ଦ୍ରଷ୍ଟା ସାଜିଛନ୍ତି । 
    ଶ୍ରୀ ଆଚାର୍ୟ୍ୟ କହିଥିଲେ ଯେ, ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ମହାନଦୀର ଜଳସ୍ରୋତକୁ ମନଇଚ୍ଛା ନିଜ ଅଧିନରେ ରଖି ଓଡିଶାରେ ମହାନଦୀର ଧାରାକୁ ଶୁଷ୍କ ଓ ନିରସ ରଖିଥିବା ଛତିଶଗଡ ସରକାରଙ୍କ ମନମୁଖି କାର୍ୟ୍ୟ ଓଡିଶାର ଦାରୁଣ କ୍ଷତି ଘଟାଉଛି । ତଦାନ୍ତ୍ରିତ ରାଜ୍ୟ ସରକାରଙ୍କ ସକଳ ଅନୁରୋଧ ଓ ଆବେଦନ ଛତିଶଗଡ ସରକାର ତ ଶୁଣିଲେ ନାହିଁ, କେନ୍ଦ୍ର ସରକାର ଓ କେନ୍ଦ୍ର ଜଳ ଆୟୋଗ ମଧ୍ୟ ନୀରବ ଦ୍ରଷ୍ଟା ସାଜିଲେ । ଜଳସେଚନର ଦ୍ୱାହି ଦେଇ ଛତିଶଗଡ ସରକାର ମହାନଦୀର ଉପର ମୁଣ୍ଡର କୂଳେ କୂଳେ ଅଗଣିତ ଘରୋଇ ଶିଳ୍ପ ମାନଙ୍କୁ ଅଜସ୍ର ଜଳ ପ୍ରଦାନ କରି ଓଡିଶାର ମହାନଦୀର ତଳ ମୁଣ୍ଡରେ ଜଳ ସଂକଟ ସୃଷ୍ଟି କଲେ । ଓଡିଶା ଯେଉଁ ମହାନଦୀ ଦିନେ ବର୍ଷତମାମ ଚଳଚଞ୍ଚଳ ଓ ଜଳ ପରିପୂର୍ଣ୍ଣ ରହୁଥିଲା ତାହା ଆଜି ଶୁଷ୍କ ଓ ରୁଗ୍ଣ ହେବାକୁ ଯାଉଛି । ଏହି ପ୍ରକି୍ରୟା ଜାରି ରହିଲେ ହୀରାକୁଦ ଜଳଭଣ୍ଡାର ଦିନେ ଜଳଶୂନ୍ୟ ହେବ ଓ ଅନିଶ୍ଚିତ ସଂକଟ ଭିତରକୁ ଠେଲି ହୋଇଯିବ । 
    ଶ୍ରୀ ଆଚାର୍ୟ୍ୟ ଆହୁରି କହିଥିଲେ ଯେ, କେନ୍ଦ୍ର, ଛତିଶଗଡ ଓ ଓଡିଶାରେ ବର୍ତ୍ତମାନ ଗୋଟିଏ ଦଳର ସରକାର ଥିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଲୋକେ ଆଶା ରଖିଥିଲେ, କିନ୍ତୁ ତାହା ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆକାଶ କଇଁଆ ଚିଲିକା ମାଛରେ ପରିଣତ ହୋଇଛି । ରାଜ୍ୟ ସରକାର କେବଳ କମିଟି ପରେ କମିଟି ଗଠନ କରୁଛନ୍ତି, କିନ୍ତୁ ଫଳ ଶୂନ । ମହାନଦୀ ଜଳ ବିବାଦର ମାମଲା ଟି୍ରବୁ୍ୟନାଲରେ ୭ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲା ପଡି ରହିଥିଲେ ସୁଦ୍ଧା କେବଳ ତାରିଖ ପରେ ତାରିଖ ଗଡୁଛି ଓ ରାଜ୍ୟ ରାଜକୋଷରୁ କୋଟି କୋଟି ଖର୍ଚ୍ଚ ହେଉଛି, କିନ୍ତୁ ପ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ । ଆଉ କେତେ ଦିନ ଲାଗିବ ଇଶ୍ୱର ହିଁ ଜାଣନ୍ତି । 
    ବର୍ତ୍ତମାନ ରାଜ୍ୟ ସରକାର ଆପୋଷ ସମାଧାନର ପ୍ରସ୍ତାବନା କରିଛନ୍ତି, ଓଡିଶାବାସୀ ଜାଣିବା ପାଇଁ ଚାହାନ୍ତି ।
    ଆପୋଷ ସମାଧାନ ପାଇଁ ଆଲୋଚନାର ସର୍ତ୍ତାବଳୀ କ’ଣ କ’ଣ ରହିବ?
    ସରକାର ଟି୍ରବୁ୍ୟନାଲରୁ ଓହରିଯିବେ କି?
    ରାଜ୍ୟ ସରକାର ଆପୋଷ ସମାଧାନକୁ ଯିବା ପୂର୍ବରୁ ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ ଓ ମହାନଦୀ ବଞ୍ଚାଅ ଆନେ୍ଦାଳନର ସଂଗଠନମାନଙ୍କୁ ବିଶ୍ୱାସକୁ ନେଇ ତାଙ୍କ ସହ ଆଲୋଚନା କରିବେ କି?
    ଛତିଶଗଡ ସରକାର ଏବେ ସୁଦ୍ଧା ଚାଲୁ ରଖିଥିବା ମହାନଦୀ ଓ ତାର ଶାଖା ନଦୀମାନଙ୍କରେ ନିର୍ମାଣାଧୀନ ଆନିକଟ କାର୍ୟ୍ୟକୁ ଆପୋଷ ଆଲୋଚନାରେ ବନ୍ଦ କରିବେ କି?
    ମହାନଦୀ ଟି୍ରବୁ୍ୟନାଲର ଦୈନନ୍ଦିନ କାର୍ୟ୍ୟ ବସ୍ତୁତ ବନ୍ଦ ରହିଥିବାରୁ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଟି୍ରବୁ୍ୟନାଲ ନିକଟରେ ଆବେଦନ କରିବେ କି?
    ରାଜ୍ୟବାସୀ ଟି୍ରପଲ ଇଞ୍ଜିନ ସରକାରଙ୍କ ଠାରୁ ଏ ସମସ୍ତ ବିଷୟରେ ସ୍ପଷ୍ଟୀକରଣ ଆଶା ରଖିଛନ୍ତି ବୋଲି ଶ୍ରୀ ଆଚାର୍ୟ୍ୟ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook