Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସଂସଦର ଶୀତ ଅଧିବେଶନ:ବିଜେଡିର ରଣନୀତି ସମ୍ପର୍କରେ ଜାଣନ୍ତୁ

    Share on :
    ajab-Image
    Date: Dec 1, 2025    Views: 2334

    ନୂଆଦିଲ୍ଲୀ: ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନରେ ବିଜେଡି ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ସହ ନୂଆପଡା ଉପନିର୍ବାଚନ, ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତି, ଦରଦାମ ବୃଦ୍ଧି, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଆଦି ପ୍ରସଙ୍ଗ ଉଠାଇବ ।

    ଡିସେମ୍ବର ୧୯ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ସୁରୁଖୁରୁରେ ଚଲାଇବା ପାଇଁ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ସହ ସବୁ ରାଜନୈତିକ ଦଳର ନେତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ବିଜେଡି ପକ୍ଷରୁ ରାଜ୍ୟ ସଭାରେ ଦଳର ନେତା ସସ୍ମିତ ପାତ୍ର ଏଥିରେ ଭାଗ ନେଇଥିଲେ । ସର୍ବଦଳୀୟ ବୈଠକ ପରେ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଥିଲେ, ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ଏହାକୁ ରାଜ୍ୟ ସଭାରେ ବିଶେଷ ଗୁରୁତ୍ୱ ଦେବ ।

    ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ସରକାର ସରକାରୀ କଳର ଅପବ୍ୟବହାର କରିଛନ୍ତି । ଭୋଟର ତାଲିକାରେ ଥିବା ଅନେକ ତ୍ରୁଟି ବିଷୟରେ ବିଜେଡି ଅତୀତରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ତ୍ରୁଟିପୂର୍ଣ୍ଣ ଭୋଟ ତାଲିକା ନେଇ ବିଜେଡିର ଘୋର ଆପତ୍ତି ରହିଛି । ଏହାକୁ ମଧ୍ୟ ବିଜେଡି ଉଠାଇବ । ମହାନଦୀ ଓ ପୋଲାଭରମ୍ ବିବାଦ, ଫସଲର ଏମ୍ଏସ୍ପି ଦ୍ୱିଗୁଣିତ କରିବା, କୋଇଲା ରୟାଲଟି ଓ ଗ୍ରିନ୍ ଟ୍ୟାକ୍ସର ପୁନଃ ସମୀକ୍ଷାକୁ ମଧ୍ୟ ଦଳ ପ୍ରସଙ୍ଗ କରିବ । କୋରାପୁଟ, ସମ୍ବଲପୁର ଓ ବାଲେଶ୍ୱରରେ ଏମ୍ସ ଖୋଲିବା ଏବଂ ରାଜ୍ୟରେ ଜାତୀୟ ରାଜପଥ, କୋଷ୍ଟାଲ ରାଜପଥ, ରେଳ ଯୋଗାଯୋଗ ଏବଂ ଡିଜିଟାଲ ଓ ମୋବାଇଲ ଯୋଗାଯୋଗକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ।

    ରାଜ୍ୟ ଏସ୍‌ଟି ତାଲିକାରେ ବହୁଦିନରୁ ବିଚାରାଧୀନ ଥିବା ୧୩୯ ଆଦିବାସୀ ସମୂହକୁ ସାମିଲ କରିବା ଏବଂ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ, ଭୂମିଜ, ସାଓରା ଏବଂ କୁଇ ଭାଷାକୁ ସାମିଲ କରିବା ଲାଗି ଦଳର ପୂର୍ବ ଦାବିକୁ ପୁଣି ଥିରେ ଉଠାଯିବ । ଏହାଛଡା କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ କରିବା ପାଇଁ ବିଜେଡି ମଧ୍ୟ ଦାବି କରିବ ବୋଲି ଶ୍ରୀ ପାତ୍ର କହିଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook