Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜି ବିଜେଡି ପିଏସି ବୈଠକ

    Share on :
    ajab-Image
    Date: Nov 22, 2025    Views: 2656

    ଭୁବନେଶ୍ବର: ନୂଆପଡ଼ା ଉପ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ବସିବାକୁ ଯାଉଛି। ଶନିବାର ସନ୍ଧ୍ୟା ୬ଟାରେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ନୂଆପଡ଼ା ବିପର୍ୟ୍ୟୟ ସମ୍ପର୍କରେ ଚର୍ଚ୍ଚା ହୋଇପାରେ। ଏହାସହ ବାକିଥିବା ସାଙ୍ଗଠନିକ ପ୍ରକ୍ରିୟା ଶେଷ କରିବା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଆଗକୁ ୪ ରାଜ୍ୟସଭା ଆସନ ଖାଲି ହେଉଛି। ଏ ଦିଗରେ ଦଳର ରଣନୀତି ନେଇ ବିଚାରବିମର୍ଶ କରାଯାଇପାରେ। ସେହିପରି ଆସନ୍ତା ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ପାଳନ ହେବ। ଏହା ପୂର୍ବରୁ ନେତୃତ୍ବ ନେଇ ଦଳ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ହେଉଛି।

    Maximum 500 characters

    ରାଜନୀତି View all

    Find Us on Facebook