Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶଙ୍ଖ ଭବନରେ ବିଜେଡିର ସାଙ୍ଗଠନିକ ବୈଠକ

    Share on :
    ajab-Image
    Date: Nov 21, 2025    Views: 2842

    ଭୁବନେଶ୍ୱର: ଶଙ୍ଖ ଭବନରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା  ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବରିଷ୍ଠ ଉପସଭାପତି  ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟକ୍ଷ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୩ଟି ସାଙ୍ଗଠନିକ ଜିଲ୍ଲାର ସଭାପତି ମାନଙ୍କ ସହିତ ଆଗାମୀ ଦିନର ସାଙ୍ଗଠନିକ କାର୍ୟ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ।
    ପ୍ରତ୍ୟକ୍ଷ ଭାବରେ କନ୍ଧମାଳ ଜିଲ୍ଲାର ସାଙ୍ଗଠନିକ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲା ସଭାପତି ପଦ୍ମନାଭ ବେହେରା, ବିଧାୟକ ଶ୍ରୀ ଚନ୍ଦ୍ରମଣୀ କହଁର, ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ଫୁଲବାଣୀ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ଉପସ୍ଥିତିରେ ସାଙ୍ଗଠନିକ ବିଷୟରେ ଆଲୋଚନା କରାଯିବା ସହ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ କିପରି ଦଳୀୟ ସଙ୍ଗଠନ ମଜଭୁତ ହେବ ସେନେଇ ଆଲୋଚନା କରାଯାଇଥିଲା । ସେହିଭଳି ବୌଦ୍ଧ ଜିଲ୍ଲାର ସଭାପତି ମହିଧର ରଣା ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହିତ ଶ୍ରୀ ମିଶ୍ର ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିଥିଲେ ।
    ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ସଭାପତି ଅନୁଗୁଳର ବ୍ରଜ କିଶୋର ପ୍ରଧାନ, ବରଗଡ଼ର ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକର ଜଗନ୍ନାଥ ସ୍ୱାଇଁ, ବଲାଙ୍ଗିରର ସରୋଜ କୁମାର ମେହେର, କଟକର ପ୍ରଫୁଲ୍ଲ ସିଂ, ଦେବଗଡ଼ର ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଢେଙ୍କାନାଳର କାର୍ୟ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ, ଗଜପତିର ପ୍ରଦୀପ ନାୟକ, ଝାରସୁଗୁଡ଼ାର ହରିଶ ଗଣତ୍ରା, କଳହାଣ୍ଡିର ପ୍ରଦୀପ କୁମାର ଦିଶାରୀ, କେନ୍ଦ୍ରାପଡ଼ାର ଶିବ ପ୍ରସାଦ ଭୋଇ, କେନ୍ଦୁଝରର ଆଶିଷ ଚକ୍ରବର୍ତ୍ତୀ, କୋରାପୁଟର କାର୍ୟ୍ୟକାରୀ ସଭାପତି ପ୍ରଶାନ୍ତ ବିଡିକା ଓ ଦୁର୍ଗା ମିଶ୍ର, ମାଲକାନଗିରିର ମାନସ ମାଡକାମୀ, ମୟୂରଭଞ୍ଜ-୧ର ସୁଦାମ ମାରାଣ୍ଡି, ମୟୂରଭଞ୍ଜ-୨ର ଦେବାଶିଷ ମାରାଣ୍ଡି, ନବରଙ୍ଗପୁରର ମନୋହର ରନ୍ଧାରୀ, ନୟାଗଡ଼ର ରମେଶ ବେହେରା, ନୂଆପଡ଼ାର ଅବନୀ ରଞ୍ଜନ ଯୋଶୀ, ରାଉରକେଲାର ପ୍ରଦୁ୍ୟମ୍ନ ତି୍ରପାଠୀ, ସମ୍ବଲପୁରର ରୋହିତ ପୂଜାରୀ, ସୁବର୍ଣ୍ଣପୁରର ସରୋଜ କୁମାର କମ୍ପ, ସୁନ୍ଦରଗଡ଼ର ଯୋଗେଶ ସିଂ, ରାୟଗଡ଼ାର ଜଗନ୍ନାଥ ସାରକାଙ୍କ ସହ ସାଙ୍ଗଠନିକ ବିଷୟରେ ଆଲୋଚନା କରାଯିବା ସହିତ ବାକି ଥିବା ଜିଲ୍ଲା କମିଟି ଓ ବିଏଲ୍ଓଙ୍କ ନାମ ଦଳର ମୁଖ୍ୟାଳୟ (ଶଙ୍ଖ ଭବନ)ରେ ତୁରନ୍ତ ଦାଖଲ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ପ୍ରତ୍ୟକ୍ଷ ଭାବରେ ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ସହ ଦଳର ସାଧାରଣ ସମ୍ପାଦକ ଦେବେଶ ଆଚାର୍ୟ୍ୟ ଓ ବିଜୟ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook