Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିର ପ୍ରାର୍ଥୀ ଚୟନରେ ଭୁଲ ରହିଥିଲା:ଭୂପିନ୍ଦର

    Share on :
    ajab-Image
    Date: Nov 20, 2025    Views: 2540

    ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କ ଗୁରୁବାର ଏକ ବଡ଼ ବୟାନ ଦେଇଛନ୍ତି। ନୂଆପଡ଼ାରେ ବିଜେଡିର ପରାଜୟକୁ ନେଇ ଭୂପିନ୍ଦର ପ୍ରତିକ୍ରିୟା ରଖିଛନ୍ତି। ବିଜେଡିର ପ୍ରାର୍ଥୀ ଚୟନରେ ଭୁଲ ରହିଥିବା କହି ଦଳ ପ୍ରତି ଦୋଷାରୋପ କରିଛନ୍ତି। ଏପରିକି ରାଜୁ ଢୋଲକିଆଙ୍କ ସହାନୁଭୂତି ଭାଜପାକୁ ଗଲା ବୋଲି ଭୂପିନ୍ଦର କହିଛନ୍ତି।

    କଂଗ୍ରେସ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କରିଥିଲା। ଆମର ଡେରି ହେଲା। ସେଥିପାଇଁ ବିଜେଡି ଉପରେ ଢୋଲକିଆ ପରିବାରକୁ ବିଶ୍ବାସ ଆସି ପାରିଲା ନାହିଁ। ତେଣୁ ଜୟ ଢୋଲକିଆ ଭାଜପା ପଳାଇଲେ। ଯେଉଁ ୮୦ ନେତାଙ୍କୁ ଦାୟିତ୍ୱ ଦେଇଥିଲା ବିଜେଡି ସେଥିରେ ମୋ ନାଁ ନ ଥିଲା। ଏହା ତାଙ୍କ ପ୍ରତି ଅପମାନ। ଅନ୍ୟପକ୍ଷେ ନୂଆପଡ଼ାରେ ପ୍ରଚାର ହେଇଗଲା ଯେ, ବିଜେଡି ଚାହୁଁଛି ଭାଜପା ଜିତୁ। କାହିଁକି ଏହି ପ୍ରଚାର ହେଲା ମୁଁ ଜାଣିନାହିଁ। ହେଲେ ନବୀନ ବାବୁଙ୍କୁ ନେବାର ଆବଶ୍ୟକତା ନ ଥିଲା ବୋଲି ଭୁପିନ୍ଦର କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook