ମୁଖ୍ୟ ଖବର
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ନା କେବଳ ସରକାରୀ କଳର ଦୁରୁପଯୋଗ କରି ନାହିଁ ବରଂ ଅପରାଧୀଙ୍କୁ ଆଣି ନିର୍ବାଚନ କାମରେ ଲଗାଇଛି । ନୂଆପଡ଼ାର ପ୍ରତ୍ୟେକ ପଞ୍ଚାୟତରେ ଛତିଶଗଡ ଗୁଣ୍ଡା, ଅପରାଧୀ ଭରିଗଲେଣି । ଏପରି ଅଭିଯୋଗ ଆଣି ଶାସକ ବିଜେପିକୁ ନିଶାନା କରିଛନ୍ତି ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି ।
ଡ଼ ମହାନ୍ତି କହିଛନ୍ତି ଯେ, ନିର୍ବାଚନ ଜିତିବା ପାଇଁ ବିଜେପି ସବୁ ପ୍ରକାର ବେଆଇନ କାମରେ ଲିପ୍ତ ରହିଛି । ଭୋଟରଙ୍କୁ ଡରାଇବା, ବିନା ୱାରେଣ୍ଟରେ ବିଜେଡି ନେତାଙ୍କ ଘରେ ରେଡ୍ କରିବା, ଲୋକଙ୍କୁ ଟଙ୍କା ଓ ମଦ ବାଣ୍ଟିବା ଭଳି କାମ କରିବାକୁ ବିଜେପି ପଛାଇ ନାହିଁ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଜେପିକୁ ସହଯୋଗ କରିବା ପାଇଁ ଛତିଶଗଡର ଗୁଣ୍ଡା ମାନେ ଆସି ନୂଆପଡାରେ ଡେରା ପକାଇଛନ୍ତି । ଭୋଟ ପୂର୍ବରୁ ସେମାନେ ଅପରାଧ ଘଟାଇବା ସହ ଭୋଟରଙ୍କୁ ଭୟଭୀତ କରିପାରନ୍ତି । ନୂଆପଡାରେ ରକ୍ତପାତ ଆଶଙ୍କା ରହିଛି । ସେମାନଙ୍କୁ ମନ୍ଦ ଉଦେ୍ଦଶ୍ୟ ରଖି ବିଜେପି ନୂଆପଡ଼ା ଆଣିଛି ।
ଡ଼ ମହାନ୍ତି କହିଛନ୍ତି ଯେ, ପୋଲିସ ଓ ଜିଲ୍ଲା ପ୍ରଶାସନକୁ ବିଜେପି ନିଜ ଇସାରାରେ ନଚାଉଛି । ତେଣୁ ଛତିଶଗଡ଼ର ଅପରାଧିକ ପ୍ରବୃତିର ଲୋକ ନୂଆପଡ଼ା ନିର୍ବାଚନରେ ଉତ୍ପାତ ଆରମ୍ଭ କରିବା ପାଇଁ ସଜବାଜ ହେଉଥିଲେ ସୁଦ୍ଧା ସବୁ ଜାଣି ପ୍ରଶାସନ ନୀରବ ବସିଛି ବୋଲି ଡ଼ ମହାନ୍ତି ଅଭିଯୋଗ କରିଛନ୍ତି । ନିର୍ବାଚନ କମିଶନ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଇ ସେମାନଙ୍କୁ ନୂଆପଡ଼ାରୁ ବାହାର କରନ୍ତୁ । ନୂଆପଡାରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଏହା ଏକାନ୍ତ ଆବଶ୍ୟକ ବୋଲି ଡ଼ ମହାନ୍ତି କହିଛନ୍ତି ।
Comments ସମସ୍ତ ମତାମତ