Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଛତିଶଗଡ଼ର ଅପରାଧୀଙ୍କୁ ନୂଆପଡ଼ା ଆଣିଛି ବିଜେପି: ବିଜେଡି

    Share on :
    ajab-Image
    Date: Nov 10, 2025    Views: 2477

    ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ଆଜି ବିଜୁ ଜନତା ଦଳ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ବିରୋଧର ଗୁରୁତର ଅଭିଯୋଗ କରିଛି । ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଯଥାଶୀଘ୍ର ନିର୍ବାଚନ ଆୟୋଗ ଏହା ଉପରେ କର୍ୟ୍ୟନୁ ନିଅନ୍ତୁ ବୋଲି ଦୃଢ଼ ଦାବି ଉପସ୍ଥାପନ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ନିବେଦନ କରିଛି । 
    ବିଜେଡି ପକ୍ଷରୁ ଦାୟର ଅଭିଯୋଗ ଅନୁସାରେ, ନୂଆପଡ଼ା ଉପନିର୍ବାଚନରେ ଅରାଜକତା ଓ ହିଂସା କାଣ୍ଡ ଘଟାଇବା ପାଇଁ ବିଜେପି ନିଦେ୍ର୍ଦଶ ରେ ଛତିଗଡର ଅପରାଧୀମାନେ ଆସି ନୂଆପଡାରେ ଡେରା ପକାଇଛନ୍ତି । ଭୋଟରଙ୍କୁ ଭୟଭୀତ କରିବା ସେମାନଙ୍କ ଉଦେ୍ଦଶ୍ୟ । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ସେମାନଙ୍କୁ ତୁରନ୍ତ ଜିଲ୍ଲାରୁ ବାହାର କରାଯାଉ ବୋଲି ବିଜେଡି ଦାବି କରିଛି । 
    ବିଜେଡି ଆଉ ଏକ ସଙ୍ଗୀନ ଅଭିଯୋଗ କରିଛି ଯେ, ନିର୍ବାଚନ ସମୟ ପାଖେଇ ଆସିଥିଲେ ସୁଦ୍ଧା ଏପର୍ୟ୍ୟନ୍ତ ଇଭିଏମ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନାହିଁ । ନିରପେକ୍ଷ ନିର୍ବାଚନ ପରିଚାଳନାରେ ଏହା ଗୁରୁତର ତ୍ରୁଟି ବୋଲି ବିଜେଡି କହିଛି । ଅନ୍ୟ ଏକ ଅଭିଯୋଗ ପତ୍ରରେ ବିଜେଡି ଦର୍ଶାଇଛି ଯେ ନିର୍ବାଚନ ପରିଚାଳନାରେ ନିୟୋଜିତ ସରକାରୀ ଅଧିକାରୀ ବିଜେଡି ସହ ପକ୍ଷପାତିତା ଚାଲିଛନ୍ତି । ବିଜେପି ନିଦେ୍ର୍ଦଶରେ ବିଜେଡି ପ୍ରାର୍ଥୀଙ୍କ ପୋଷ୍ଟର, ବ୍ୟାନର, ହୋର୍ଡିଂ ସବୁ ବାହାର କରିଦିଆ ଯାଉଛି । ବିଜେପି ପ୍ରାର୍ଥୀଙ୍କ ପୋଷ୍ଟର, ବ୍ୟାନର ଆଦି ସରକାରୀ ସମ୍ପତ୍ତି ଉପରେ କହିଥିଲେ ସୁଦ୍ଧା ତାକୁ ବାହାର କରିବା ପାଇଁ ପ୍ରଶାସନର ହାତ ଯାଉନି । 
    ବିଜେପି ଆଇଟି ସେଲ୍ କୃତ୍ରିମ ବୁଦ୍ଧିମତା (ଏଆଇ) ର ବେଆଇନ ବ୍ୟବହାର କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡିର ବରିଷ୍ଠ ନେତା ମାନଙ୍କ କପୋଳକଳ୍ପିତ ଭିଡିଓ, ଫଟୋ ଆଦି ପ୍ରସ୍ତୁତ କରିବ ସହ ସାମାଜିକ ଗଣମଧ୍ୟାମରେ ପ୍ରକାଶ କରୁଛି । ଜନମତକୁ ବିଭ୍ରାନ୍ତ କରିବା ପାଇଁ ଏହା ବିଜେପିର ବହୁତ୍ ବଡ ଷଡ଼ଯନ୍ତ୍ର । ନିର୍ବାଚନ ନିୟମର ଖୋଲା ଉଲ୍ଲଂଘନ କରୁଛି ବିଜେପି । ତେଣୁ ତୁରନ୍ତ ଏହି ଅଭିଯୋଗ ଉପରେ କାର୍ୟ୍ୟାନୁଷ୍ଠାନ ହେଉ ବୋଲି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭେଟି ଦାବି କରିଛି ।

    Maximum 500 characters

    ରାଜନୀତି View all

    Find Us on Facebook