Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିକ୍ରମ ପଣ୍ଡାଙ୍କ ଗିରଫଦାରୀ ନେଇ ବିକ୍ଷୋଭ କରିବ ବିଜେଡି :ଗଣେଶ୍ୱର

    Share on :
    ajab-Image
    Date: Oct 23, 2025    Views: 2715

    ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫଦାରୀ ନେଇ ବିଜେଡି ବିକ୍ଷୋଭ ସମାବେଶ କରିବ। ଏଥିରେ ବିଜେଡିର ବରିଷ୍ଠ ବିଧାୟକଙ୍କ ସମେତ ନେତା ମଧ୍ୟ ସାମିଲ ହେବେ ବୋଲି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି। 

    ଅପରାଧୀକୁ ସୁରକ୍ଷା ଦେବା ବିଜେଡିର ଧର୍ମ କିମ୍ବା ଚରିତ୍ର ନୁହେଁ। ଅପରାଧୀଙ୍କୁ ଦଣ୍ଡ ଦେବାରେ ଆମେ ବିଶ୍ୱାସ କରୁ। କିନ୍ତୁ ବିନା ଅପରାଧରେ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ବ୍ୟକ୍ତିଙ୍କୁ ଅପରାଧୀକ ମାମଲାରେ ଛନ୍ଦି ଦେବାକୁ ଆମେ ବିରୋଧ କରିବୁ। ଆମେ ଚାହୁଁ ଯିଏ ଅପରାଧୀ ଦଣ୍ଡ ପାଉ ଏବଂ ନିର୍ଦ୍ଦୋଷ ନ୍ୟାୟ ପାଉ।
    ଶବ ଉପରେ କିଏ ରାଜନୀତି କରୁଛି ଲୋକେ ବିଚାର କରିବେ। ବିଜେଡ଼ି ଶସ୍ତା ରାଜନୀତି କରେ ନାହିଁ। ହତ୍ୟାକାଣ୍ଡ ପଛରେ ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ନେଇ କୌଣସି ଠୋସ ପ୍ରମାଣ ନାହିଁ ବୋଲି ଗଣେଶ୍ୱର ବେହେରା କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook