ମୁଖ୍ୟ ଖବର
ନୂଆପଡା: ନୂଆପଡା ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପ ନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର ଅଙ୍କ ଛିଡ଼ୁନି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଆଶା ବାନ୍ଧିଥିବା ବେଳେ ଶନିବାର ଜୟ ଭୁବନେଶ୍ୱର ରାଜ୍ୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହୋଇ ଭାଜପାରେ ଯୋଗ ଦେଇଥିଲେ ।
ଏହି ଖବର ପ୍ରକାଶ ପାଇଲା ପରେ ବିଜେଡି ଦଳରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇ ଯାଇଛି। ଦଳୀୟ ପ୍ରାର୍ଥୀ କିଏ ହେବ ସେ ନେଇ କର୍ମୀ ଓ ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଭାଜପାର ପ୍ରାର୍ଥୀ ଜୟ ହେବା ନେଇ ଏକପ୍ରକାର ନିଶ୍ଚତ ହେବା ପରେ ବର୍ତ୍ତମାନ ବିଜେଡିରେ ଆଶାୟୀଙ୍କ ଲମ୍ବା ଲାଇନ ଲାଗିଛି ।
ଏଭଳି ସ୍ଥିତିରେ ୪ ବର୍ଷ ହେବ ବିଜେଡି ଜିଲା ଯୁବ ସଭାପତି ଦାଇତ୍ୱ ତୁଲାଇ ଥିବା ଲଢୁଆ ଯୁବ ନେତା ହରିଶ୍ଚନ୍ଦ୍ର ପଣ୍ଡା ନାଁ ଖୁବ ଜୋରରେ ଚର୍ଚ୍ଚା ହେଉଛି। କାରଣ ଉପ ନିର୍ବାଚନରେ ଦଳକୁ ବଳ, ସାହସ ଓ ବୁଦ୍ଧି ବଳରେ ନୁଆ ଚେହେରା ନୁଆ ଜୋସରେ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି। ଏହା ସହିତ ଉଭୟ ଦଳୀୟ କର୍ମୀ ବିଜେଡି ଓ ଭାଜପାର ଅସନ୍ତୋଷ କର୍ମୀଙ୍କ ମନରେ ହରିଶ୍ଚନ୍ଦ୍ର ପଣ୍ଡା ( ଟିଟୁ ଭାଇ )ଙ୍କୁ ସମର୍ଥନ କରିବେ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି । ବିଜେଡିରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସହିତ ମିଶି ଅନେକ ଦିନ କାମ କରି ଦଳର ସଂଗଠନକୁ ମଜବୁତ କରିଥିବା ବେଳେ ଛୋଟ ବେଳୁ ନିଜ ବଡବାପା ପୂର୍ବତନ ଏମ୍ପି ବସନ୍ତ ପଣ୍ଡାଙ୍କ ସହିତ ମିଶି ନିଜର ରାଜନୀତି ଜୀବନ ଆରମ୍ଭ କରିବା ସହିତ ଦକ୍ଷ ସଂଗଠକ ହୋଇ ପାରିଛନ୍ତି ଟିଟ। ଏଥି ପାଇଁ ଉଭୟ କର୍ମୀଙ୍କ ମନରେ ଯୁବ ଚେହେରା ଭାବରେ ଟିଟୁ ପଣ୍ଡାଙ୍କ ନାଁ ଆସୁଛ। ତେବେ କାହାକୁ ପ୍ରାର୍ଥୀ କରିବ ବିଜେଡି ଏହାକୁ ନେଇ ମାନସମନ୍ଥନ କରିବାରେ ବିଜେଡି ଲାଗିପଡ଼ିଛି।
Comments ସମସ୍ତ ମତାମତ