Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କଲା ବିଜେଡି

    Share on :
    ajab-Image
    Date: Oct 9, 2025    Views: 2613

    ଭୁବନେଶ୍ୱର:ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜୁ ଜନତା ଦଳ । ଅକ୍ଟୋବର ୯ରୁ ଆରମ୍ଭ ହୋଇ ନମ୍ବେଭର ୯ ତାରିଖ ପର୍ୟ୍ୟନ୍ତ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀ ଓ ବ୍ଲକରେ ଦଳ ପକ୍ଷରୁ ଏହି ଯାତ୍ରା କରାଯାଉଛି । ଓଡ଼ିଶା ପ୍ରତି ଗୋପବନ୍ଧ ଦାସଙ୍କ ଯେଉଁ ବଳିଦାନ ରହିଛି ତାହାକୁ ଆଜିର ଯୁବପୀଢିଙ୍କ ନିକଟରେ ମନେ ପକାଇ ଦେବାକୁ ଏହି ଦିବସ ପାଳନ କରାଯାଉଛି ବୋଲି ବିଜେଡି କହିଛି ।

    ତେବେ ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଶେଷ କରି ବିଜୁ ଜନତା ଦଳର ୨୪ବର୍ଷ ଶାସନ, ଲୋକପ୍ରିୟ ନେତା ପୃର୍ଵତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ କ’ଣ କ’ଣ ବିଶେଷ କାଯ୍ୟ କରାଯାଇଛି ତାହା ଉପରେ କହିଥିଲେ ବିଜେଡ଼ିର ବରିଷ୍ଠ ନେତୃବୃନ୍ଦ । ଅନ୍ୟପଟେ ଏହି ସରକାର ରେ ବିପର‌୍ୟ୍ୟସ୍ତ ଆଇନ୍ ଶୃଙ୍ଗଳା, ଏସଆଇ ପରୀକ୍ଷାରେ ମହା ଦୁର୍ନୀତି, ଏମିତି କି ବର୍ଷକ ଭିତରେ ରାଜ୍ୟରେ ପାଖାପାଖି ୨୦୦ରୁ ୨୫୦ହତ୍ୟା ହୋଇଛି । ହେଲେ କାହା ପ୍ରତି କଠୋର କାର୍ୟ୍ୟାନୁଷ୍ଠାନ ହୋଇନାହିଁ ବୋଲି କହିଛନ୍ତି ମେୟର ସୁବାଷ ସିଂ । . ସେହିଭଳି ପୋଲିସ ର ନିଷ୍କ୍ରିୟତା ବର୍ତମାନ ସରକାରଙ୍କ ଠାରୁ ଆସ୍ଥା ହରେଇ ଦେଇଛି । ଏହି ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ବୋଲି କହିଛି ବିଜେଡି ।

    Maximum 500 characters

    ରାଜନୀତି View all

    Find Us on Facebook