Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅନାସ୍ଥା ଭୋଟ ପ୍ରସଙ୍ଗ: ବିଜେଡି କାଉନସିଲରଙ୍କ ପାଇଁ ଜାରି ହେଲା ଦଳୀୟ ହ୍ବିପ

    Share on :
    ajab-Image
    Date: Oct 8, 2025    Views: 2875

    ରାୟଗଡ଼ା : ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟ ପ୍ରସଙ୍ଗ । ବିଜେଡିର ସମସ୍ତ କାଉନସିଲରଙ୍କ ପାଇଁ ଜାରି ହେଲା ଦଳୀୟ ହ୍ବିପ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ହ୍ବିପ ଜାରି କରିଛନ୍ତି । ଅନାସ୍ଥା ବିରୋଧରେ ଭୋଟ ଦେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ହ୍ବିପକୁ ଅବମାନନା କଲେ ଓଡିଶା ମ୍ୟୁନିସିପାଲ ରୁଲ-୨୦୧୮ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜାରି ହୋଇଥିବା ହ୍ବିପର ଏକ ନକଲ ଆଜି ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଦାନ କରିଛନ୍ତି । ବିଜେଡିର ୧୯ ଜଣ କାଉନସିଲର ଏବେ ଅଜ୍ଞାତବାସରେ ରହିଥିବା ଜଣାପଡିଛି । ୧୨ତାରିଖ ଦିନ ବିଜେଡିର ଏକ ଗୋଷ୍ଠୀ ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ବିଜେଡିର ୨୧ଜଣ କାଉନସିଲରଙ୍କ ମଧ୍ୟରୁ ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook