ମୁଖ୍ୟ ଖବର
ଭୁବନେଶ୍ବର: ବିଜେପି ବିଧାୟକ ବାବୁ ସିଂଙ୍କ ମନ୍ତବ୍ୟ ପରେ ବିଜେଡି ପକ୍ଷରୁ କଡ଼ା ପ୍ରତିକ୍ରିୟା ଆସିଛି। ବରିଷ୍ଠ ନେତା ପ୍ରୀତି ରଞ୍ଜନ ଘଡାଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁ ତଦନ୍ତ ଆରମ୍ଭ କରିଛନ୍ତି ତାହା ସନ୍ଦେହ ଘେରରେ। ମୁଖ୍ୟ କାର୍ପଟଦାରକୁ ଛାଡି ଦେବା ପାଇଁ କ୍ରାଇମ ବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା କରାଯାଉଛି। ଯଦି ଅସଲି ଚେହେରା ନଧରା ପଡ଼ନ୍ତି ତେବେ ଯୁବବର୍ଗ ନ୍ୟାୟ ପାଇବେ ନାହିଁ। ମାର୍ଚ୍ଚ ୭ରେ ଏସ୍ଆଇ ପରୀକ୍ଷା ହେବାର ଥିଲା। ତାକୁ ବାତିଲ କାହିଁକି କରାଗଲା। ସେତେବେଳେର ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ ଇସ୍ତଫା ଦେଇଥିଲେ। ତାଙ୍କ ଉପରେ ଇସ୍ତଫା ଦେବାକୁ କିଏ ଚାପ ପକାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାପ ପକାଇଥାଇ ପାରିଥାନ୍ତି। ଆଇଟିଆଇ ପ୍ରଥମେ ରିଚ୍ ମାଇଣ୍ଡ ସଂସ୍ଥାକୁ ଦେଇଥିଲା। ତାପରେ ରିଚ୍ ମାଇଣ୍ଡକୁ ବାଦ୍ ଦେଇ ସିଲିକନକୁ ଦିଆଯାଇଥିଲା। କାହା ସ୍ଵାର୍ଥରେ ସିଲିକନକୁ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ। ଦଲାଲଙ୍କୁ ଗିରଫ କରି ସଂଖ୍ୟା ଦେଖାଉଛନ୍ତି ସରକାର କିନ୍ତୁ ମାଷ୍ଟର ମାଇଣ୍ଡକୁ ଧରୁ ନାହାନ୍ତି। ବଡ଼ ମୁଣ୍ଡଙ୍କୁ ସୁରକ୍ଷା ଦେବାକୁ ଏ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉଛି। ସରକାର ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରନ୍ତୁ । ଯିଏ ଦୋଷୀ ତାକୁ ସରକାର ଧରନ୍ତୁ। ସମସ୍ତ ଦୋଷୀ ଦଣ୍ଡ ପାଆନ୍ତୁ। ବିଜେଡ଼ି ଏଥିରେ ସହଯୋଗ କରିବ ବୋଲି ପ୍ରୀତି ରଞ୍ଜନ ଘଡାଇ କହିଛନ୍ତି।
Comments ସମସ୍ତ ମତାମତ