Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିର ଆଇଟି ସେଲ ପୁର୍ନଗଠନ

    Share on :
    ajab-Image
    Date: Oct 3, 2025    Views: 3434

    ଭୁବନେଶ୍ୱର: ସୋସିଆଲ ମିଡିଆରେ ଆହୁରି ସଶକ୍ତ ହେବ ବିଜୁ ଜନତା ଦଳ । ଦଳ ବିରୋଧରେ ସୋସିଆଲ ମିଡିଆରେ ହେଉଥିବା ଅପପ୍ରଚାରର ଜୋରଦାର କାଉଣ୍ଟର କରିବ ବିଜେଡି । ତେଣୁ ବିଜେଡିର ଆଇଟି ଓ ସୋସିଆଲ ମିଡିଆ ସେଲର ପୁର୍ନଗଠନ ହୋଇଛି । ବିଜେଡିର ଆଇଟି ଓ ସୋସିଆଲ ମିଡିଆ ସେଲର ଦାୟିତ୍ୱରେ ଥିବା ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କୁ ମିଳିଲା ନୂଆ ଟିମ । ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଥିବା ଅମରେଶ ପତ୍ରୀଙ୍କୁ ସହ-ଆବାହକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଜ୍ୟୋତି ରଞ୍ଜନ ଜେନାଙ୍କୁ ପ୍ରଚାର ଟିମର ସଂଯୋଜକ ଦାୟିତ୍ବ ପ୍ରଦାନ କରାଯାଇଛି ।

    ସମାଜ ଉପରେ ସୋସିଆଲ ମିଡ଼ିଆର ପ୍ରଭାବ ରହିଛି । ୨୦୨୪ ନିର୍ବାଚନ ସମୟରେ ବିଜେଡି ବିରୋଧରେ ହୋଇଥିଲା ଅପପ୍ରଚାର । ବିରୋଧୀଙ୍କ ଅପପ୍ରଚାରକୁ ବିଜେଡି ସଠିକ ଢଙ୍ଗରେ କାଉଣ୍ଟର କରିପାରିନଥିଲା । ଦଳର ବିପର୍ୟ୍ୟୟର ସମ୍ମୁଖୀନ ହେବାର ଏହା ଅନ୍ୟତମ କାରଣ । ଏହା କହିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ତେଣୁ ଦଳର କର୍ମକର୍ତ୍ତା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବାକୁ ପଡିବ । ଭୁଲ ଓ ମିଛ ଖବର ବିରୋଧରେ ସଂଗ୍ରାମ ଜାରି ରଖିବାକୁ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ବିଜୁ ଜନତା ଦଳ । ଦଳର ଆଇଟି ଓ ସୋସିଆଲ ମିଡିଆ ସେଲକୁ ସଶକ୍ତି ଓ କ୍ରିୟାଶୀଳ କରିବା ଲାଗି ପଦକ୍ଷେପ ନେବାରେ ଲାଗିଛି । ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କୁ ଦଳ ସୋସିଆଲ ମିଡିଆ ଓ ଆଇଟି ସେଲର ଦାୟିତ୍ୱ ଦେଇଥିଲା । ବର୍ତ୍ତମାନ ଅମରଙ୍କ ନେତୃତ୍ୱକୁ ସଶକ୍ତ କରିଛି ଦଳ ।
    ବରିଷ୍ଠ ନେତାଙ୍କୁ ନେଇ ବିଜେଡ଼ିର ଆଇଟି ଓ ସୋସିଆଲ ମିଡିଆ ସେଲର ଷ୍ଟିଅରିଂ ବା ପରିଚାଳନା କମିଟି ଗଠନ ହୋଇଛି । କମିଟିରେ ୧୩ ଜଣ ସଦସ୍ୟ ରହିଛନ୍ତି । ଷ୍ଟିଅରିଂ କମିଟିରେ ପ୍ରସନ୍ନ ଆଚାର୍ୟ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ସ୍ନେହାଙ୍ଗିନୀ ଛୁରିଆ, ସୁଲତା ଦେଓ, କଳିକେଶ ନାରାୟଣ ସିଂଦେଓ, ମହେଶ ସାହୁ, ପ୍ରୀତିରଞ୍ଜନ ଘଡେଇ, ତୁଷାରକାନ୍ତି ବେହେରା, ପ୍ରଣବ କୁମାର ବଳବନ୍ତରାୟ, ବ୍ୟମକେଶ ରାୟ, ଦେବେଶ ଆଚାର୍ୟ୍ୟ ଓ ଭୃଗୁ ବକ୍ସିପାତ୍ର ସଦସ୍ୟ ରହିଛନ୍ତି ।ସେହିପରି ୧୫ ଜଣିଆ କାର୍ୟ୍ୟକାରିତା ଟିମ ଗଠନ ହୋଇଛି । ଏହି କମିଟିରେ ସୁଲୋଚନା ଦାସ, ସୁନୀଲ କୁମାର ମହାନ୍ତି, ଶର୍ମିଷ୍ଠା ସେଠୀ, ଲେଖାଶ୍ରୀ ସାମନ୍ତସିଂହାର, ବର୍ଷା ସିଂ ବାରିହା, ରୁଦ୍ର ମହାରଥୀ, ମନ୍ମଥ କୁମାର ରାଉତରାୟ, ଅବିନାଶ ସାମଲ, ବିଷ୍ଣୁବ୍ରତ ରାଉତରାୟ, ଲେନିନ ମହାନ୍ତି, ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ରଞ୍ଜିତା ସାହୁ, ଚିନ୍ମୟ ସାହୁ, ଇପ୍ସିତା ସାହୁ ଓ ସ୍ୱୟଂ ପ୍ରକାଶ ମହାପାତ୍ର ପ୍ରମୁଖ ରହିଛନ୍ତି ।ବିଜେଡ଼ିର ଆଇଟି ଓ ସୋସିଆଲ ମିଡିଆ ସେଲର ସହ-ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅମରେଶ ପତ୍ରୀ । ପ୍ରଚାର ଟିମର ସଂଯୋଜକ ଦାୟିତ୍ବ ପାଇଛନ୍ତି ଜ୍ୟୋତି ରଞ୍ଜନ ଜେନା । ରିସର୍ଚ୍ଚ ଟିମ ସଂଯୋଜକ ହୋଇଛନ୍ତି ବିଶ୍ୱ ପ୍ରତାପ ସାହୁ । କୃଷ୍ଣପ୍ରିୟା ମିଶ୍ର ଓ ଲଗ୍ନଜିତ ମହାନ୍ତିଙ୍କୁ କଣ୍ଟେଣ୍ଟ ରାଇଟର ଟିମର ସଂଯୋଜକ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଓ ଆଞ୍ଚଳିକସ୍ତରୀୟ ସୋସିଆଲ ମିଡିଆ ଇନଫଲ୍ୟୁଏନସରଙ୍କୁ ସଂଯୋଜନା କରିବେ ରଶ୍ମୀ ରଞ୍ଜନ ଚୌଧୁରୀ ଓ ଉମେଶ ଶର୍ମା ।
    ସେହିପରି ଦଳ ଜୋନ ଓ ଜିଲ୍ଲା ସ୍ତରୀୟ ଆଇଟି ଓ ସୋସିଆଲ ମିଡିଆ ସେଲ ସଂଯୋଜକ ନିଯୁକ୍ତି ଦିଆଯାଇଛି । ପଶ୍ଚିମାଞ୍ଚଳ ଦାୟିତ୍ୱରେ ରହିବେ ଧିରଜ ଗର୍ତ୍ତିଆ । ଧିରଜ ପଶ୍ଚିମାଞ୍ଚଳର ସମ୍ବଲପୁର, ବରଗଡ, ଦେଓଗଡ଼, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି ଓ ନୂଆପଡା ଦାଇତ୍ୱରେ ରହିବେ । ଦକ୍ଷିଣାଞ୍ଚଳ ଦାୟିତ୍ୱରେ ରହିବେ ସୁରଜ ରେଡ୍ଡୀ । ସୁରଜଙ୍କ ଦାଇତ୍ୱରେ ରହିବ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା । ଉତ୍ତର ଓଡିଶା ଦାୟିତ୍ୱରେ ରହିବେ ଅଶୋକ ଦାସ । ଅଶୋକ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଦାୟିତ୍ୱରେ ରହିବେ । ସେହିପରି ମଧ୍ୟ ଦାୟିତ୍ୱରେ ଥିବା ଅର୍ପିତା ଦାସ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଦାୟିତ୍ୱରେ ରହିବେ ।
    ସେହିପରି ଜିଲ୍ଲାବାରୀ ଆଇଟି ଓ ସୋସିଆଲ ମିଡିଆ ସେଲ ସଂଯୋଜକ ନିଯୁକ୍ତ ହୋଇଛନ୍ତି । ଭୁବନେଶ୍ୱରର ଦିବ୍ୟ ଜ୍ୟୋତି ଲେଙ୍କା, ଖୋର୍ଦ୍ଧାର ସୌମ୍ୟ ରଞ୍ଜନ ସ୍ୱାଇଁ, କଟକର ସୁଦର୍ଶନ ଜେନା, ପୁରୀର ମୁରାରୀ ଶ୍ରୀପତି ନାୟକ, କେନ୍ଦ୍ରାପଡା ରାଜକିଶୋର ସାହୁ, ଜଗତସିଂହପୁରର ଲୋକନାଥ ସ୍ୱାଇଁ, ଅନୁଗୁଳର ଅବିନାଶ ପରିଡା, ଢେଙ୍କାନାଳର ପ୍ରିୟବ୍ରତ ସାହୁ, ମୟୁରଭଞ୍ଜ ୧ର ସରୋଜ କୁମାର ଶତପଥୀ, ମୟୂରଭଞ୍ଜ ୨ର ନଳିନୀ ରଞ୍ଜନ ସାହୁ, ବାଲେଶ୍ଵରର ଦେବାଶିଷ ଦାସ, ଭଦ୍ରକର ନଳିନୀକାନ୍ତ ପଣ୍ଡା, ସୋନପୁରର ଅଭିଷେକ ଶର୍ମା, ବୌଦ୍ଧର ସନ୍ତୋଷ କୁମାର ନାୟକ, ଦେଓଗଡ଼ର ବିଷ୍ଣୁ ଚନ୍ଦ୍ର ବେହେରା, ସମ୍ବଲପୁରରେ ଶୁଭାଶିଷ ପଣ୍ଡା, ଝାରସୁଗୁଡାର ଆଦର୍ଶ କାଶ୍ୟପ, ବରଗଡ଼ର ଅଭିନାଶ ମଲ୍ଲିକ, କୋରାପୁଟର ବୈକୁଣ୍ଠ ମଣ୍ଡଳ, ମାଲକାନଗିରିର ସାହିଲ ରୋନି କାର୍ତ୍ତିକ, ନବରଙ୍ଗପୁରର ହୀରଣ୍ୟ ହରିହର, ରାୟଗଡାର ରବୀନ୍ଦ୍ର କର୍ତ୍ତିକୀୟା, ଗଞ୍ଜାମର ଆସିତ କୁମାର ସାବତ, ନୟାଗଡ଼ର ଟୁକୁନା ବରଡା, କନ୍ଧମାଳର ଚିତ୍ତରଞ୍ଜନ ନାୟକ, ବଲାଙ୍ଗୀରର ହେମନ୍ତ ସାହୁ, ଗଜପତିର ମୋହନ କୁମାର ମହାକୁଡ଼, ଯାଜପୁରର ପ୍ରଭାତ କୁମାର ସାହୁ, ସୁନ୍ଦରଗଡ଼ର ଶୈଳେଶ କୁମାର ନାଏକ, କଳାହାଣ୍ଡିର ଭୋଳାନାଥ ବାଗ, କେନ୍ଦୁଝରର ଜଗଦୀଶ କୁମାର ଆପାଟ ଓ ନୂଆପଡାର ମଳୟ ରଞ୍ଜନ ମଣ୍ଡଳଙ୍କୁ ଦାୟିତ୍ୱ ମିଳିଛି ।

    Maximum 500 characters

    ରାଜନୀତି View all

    Find Us on Facebook