ମୁଖ୍ୟ ଖବର
ରାୟଗଡ଼ା,୧୨/୦୯: ରାୟଗଡ଼ା ଜିଲ୍ଲା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏକ ବଡ ଗୋଷ୍ଠୀ ବିଜେଡି ଛାଡିବା ପରେ ଅନାସ୍ଥା ଖେଳ ଆରମ୍ଭ ହୋଇଛି । ଗୁରୁବାର ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ବିଜେଡିର ୨୧ ଜଣଙ୍କ ମଧ୍ୟରୁ ୧୯ ଜଣ କାଉନସିଲର ଗୁରୁବାର ଜିଲ୍ଲାପାଳ ଆଶୁତୋଷ କୁଲକର୍ଣିଙ୍କ ନିକଟରେ ଲିଖିତ ଭାବେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଛନ୍ତି। ଜିଲ୍ଲାପାଳ ଏହାକୁ ଗ୍ରହଣ କରି ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ କାଉନସିଲର ମାନଙ୍କୁ କହିଛନ୍ତି। ଏହାପରେ ରାୟଗଡ଼ା ଜିଲ୍ଲା ରାଜନୀତି ସରଗରମ ହୋଇଛି। ତେବେ ଗୋଟିଏ ଗୋଷ୍ଠୀ ବିଜେଡ଼ି ଛାଡିବା ପରେ ଏହା ଘଟିବାର ସମ୍ଭାବନା ରହିଥିଲା।
Comments ସମସ୍ତ ମତାମତ