Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଉପରାଷ୍ଟ୍ରପତି ନିର୍ବାଚନ:ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବ ବିଜେଡି

    Share on :
    ajab-Image
    Date: Jul 27, 2025    Views: 3008

    ଭୁବନେଶ୍ୱର: ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ରାଜ୍ୟ ରାଜନୀତି ମଧ୍ୟ ଉଷ୍ମ ରହିଛି। ଚର୍ଚ୍ଚା ହେଉଛି ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀ ବିଜେପିରୁ ହିଁ ବେ। ତେବେ ଏନେଇ ଇଣ୍ଡିଆ ମେଣ୍ଟର ବିରୋଧୀ ଦଳ ବିରୋଧ କରିବାକୁ ବାହାରିଥିବାବେଳେ ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜେଡି ମଧ୍ୟ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ନ୍ୟାଶନାଲ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ନିଷ୍ପତ୍ତି କରିଛି। ଶନିବାର ଶଙ୍ଖ ଭବନରେ ବିଜେଡିର ସମନୱୟ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଉପାଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
    ଏହି ବୈଠକରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଏବଂ ବବି ଦାସ ଉପସ୍ଥିତ ଥିଲେ। ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳର ରଣନୀତି ସହ ନଅଟି ଜିଲାରେ ଖାଲିଥିବା ଜିଲା ଅଧ୍ୟକ୍ଷ ପଦବୀ ପୂରଣ, କଲେଜ ନିର୍ବାଚନ ପାଇଁ କ୍ୟାମ୍ପସ କାର୍ୟ୍ୟକ୍ରମ ଏବଂ ଧାନ କିଣାରେ ଅନିୟମିତତା ବିରୋଧରେ ଆନ୍ଦୋଳନ ଆଦି ବିଷୟରେ ଆଲୋଚନା ହୋଇଥିଲା।ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବା ପାଇଁ ଦୃଢ଼ ପ୍ରସ୍ତାବ ରଖିଥିଲେ। ଅଧିକାଂଶ ନେତା ମାନେ ଏନଡିଏକୁ ସମର୍ଥନ କଲେ ରାଜନୈତିକ ଦୃଷ୍ଟିରୁ ଏହା ବିଜେଡି ପାଇଁ କ୍ଷତିକାରକ ହେବ ଏବଂ ଜନସାଧାରଣଙ୍କ ମଧ୍ୟରେ ଦଳର ବିଶ୍ୱାସତା ହ୍ରାସ ପାଇବ ବୋଲି ମତ ଦେଇଥିଲେ। ଏହି ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣାଇ ଦିଆଯାଇଛି, ଯଦିଓ ସେ ବୈଠକରେ ଉପସ୍ଥିତ ନଥିଲେ। ତେବେ ନବୀନଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ସ୍ପଷ୍ଟ ନାହିଁ।
    ସୂଚନାଥାଉ କି, ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକ ସଭା ଓ ରାଜ୍ୟ ସଭାର ଏମପିମାନେ ଭୋଟ ଦେଇପାରିବେ। ବିଜେଡିର ଲୋକ ସଭାରେ କୌଣସି ପ୍ରତିନିଧି ନ ଥିବା ବେଳେ ରାଜ୍ୟ ସଭାରେ ମାତ୍ର ସାତ ଜଣ ଏମପି ଅଛନ୍ତି। ଏନଡିଏ ପାଖରେ ୪୨୬ ଜଣ ଏମପି (ଲୋକ ସଭାରେ ୨୯୩ ଓ ରାଜ୍ୟ ସଭାରେ ୧୩୩) ଥିବାରୁ ସେମାନଙ୍କ ପାଇଁ ଆବଶ୍ୟକ ୩୯୬ ଭୋଟ ସହଜରେ ମିଳିଯିବ। ସିକ୍ରେଟ ବାଲଟ ଜରିଆରେ ଭୋଟିଂ ହେଉଥିବାରୁ କୌଣସି ଦଳୀୟ ଚାବୁକ ଜାରି କରାଯାଇପାରିବ ନାହିଁ, ଯାହା ଏମପିମାନଙ୍କୁ ସୱାଧୀନ ଭାବେ ଭୋଟ ଦେବାର ସୁଯୋଗ ଦେଇଥାଏ।

    Maximum 500 characters

    ରାଜନୀତି View all

    Find Us on Facebook