Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇଛି :ବିଜେଡି

    Share on :
    ajab-Image
    Date: Jun 4, 2025    Views: 3033

    ଭୁବନେଶ୍ଵର: କୋରାପୁଟ ଭୁଲ ଇଞ୍ଜେକସନ ମୃତ୍ୟୁ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ବର୍ଷିଲା ବିଜେଡି  । ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇଛି । ଇଞ୍ଜେକସନ ଦେବାର ୧୫ ମିନିଟ ଭିତରେ ରୋଗୀ ମରିଗଲେ । ହସ୍ପିଟାଲର କର୍ମଚାରୀ ଭିତରେ କଥା ଆଲୋଚନା ହେଉଛି ଅକ୍ସିଜେନ ଜନିତ ସମସ୍ୟା ହୋଇ ନାହିଁ ତ! ଏତେବଡ ଘଟଣା କେମିତି ଘଟିଲା । ତାହା ଉପରେ ତଦନ୍ତ ହେବା ଜରୁରୀ ବୋଲି କହିଛନ୍ତି  ବିଜେଡି ନେତା ଭୃଗୁ ବକ୍ସିପାତ୍ର।
    ସେ କହିଛନ୍ତି, ଖୁବଶୀଘ୍ର ଶ୍ଵେତପତ୍ର ଜାରୀ କରନ୍ତୁ ସରକାର । ଗୋଟେପଟେ ସରକାର ୧ ବର୍ଷ ପୂରଣ ହେଉଣୁ ସଂସାରକୁ ଜିଣି ଗଲି ବୋଲି କହୁଛନ୍ତି । ବର୍ଷ ଆରମ୍ଭ ହେଉ ହେଉ କାଶୀପୁର ଏବଂ ବର୍ଷେ ପୁରାଣ ହେଉ ହେଉ କୋରାପୁଟରେ ମୃତ୍ୟୁ ଘଟୁଛି ।  ରାୟଗଡ଼ା ଜିଲ୍ଲା , କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିଛନ୍ତି ଲୋକେ । ରାଜ୍ୟ ସରକାର କୋରାପୁଟ ଘଟଣାର ସମ୍ପୁର୍ଣ୍ଣ ବିବରଣୀ ଦିଅନ୍ତୁ।  ରାଜ୍ୟ ସରକାର ଯେଉଁ ଟିମ୍ ତିଆରି କରିଛନ୍ତି ତାହାକୁ ବିଶ୍ବାସ କରୁନି ବିଜେଡି। ଏଥିପାଇଁ ବିଜେଡିର ଏକ ଟିମ୍ ସେହି ସ୍ଥାନରେ ପହଞ୍ଚିବ ବୋଲି କହିଛନ୍ତି ଭୃଗୁ ବକ୍ସି ପାତ୍ର । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ରଘୁନାଥ ପଡ଼ାଲ , ଝିନ ସାଂସଦ ମଧ୍ୟ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook