Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ହାତ ଛାଡି ଶଙ୍ଖ ଧରିଲେ କଂଗ୍ରେସର ବିଧାୟକ ପ୍ରାର୍ଥୀ

    Share on :
    ajab-Image
    Date: Jun 1, 2025    Views: 3066

    ନବରଙ୍ଗପୁର: କଂଗ୍ରେସର ବିଧାୟକ ପ୍ରାର୍ଥୀ ଦୀଲିପ ପ୍ରଧାନୀ ହାତ ଛାଡି ଶଙ୍ଖ ଧରିଛନ୍ତି। ଶଙ୍ଖ ଭବନ ଠାରେ ନବରଙ୍ଗପୁର ଜିଲ୍ଲା ଵିଜେଡି ସଭାପତି ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ମୁନ୍ନାଖା, ରମେଶ ମାଝୀ, ସଦାଶିବ ପ୍ରଧାନୀଙ୍କ ଉପସ୍ଥିତିରେ ଦୀଲିପ ପ୍ରଧାନୀ ଵିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। 

    ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ଖୁଡ଼ି କୈଶଲ୍ୟା ପ୍ରଧାନୀଙ୍କ ବିଜେଡ଼ିର ପ୍ରାର୍ଥୀ ହୋଇଥିବା ବେଳେ ଦୀଲିପ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଶେଷକୁ ବିଜେପିର  ଗୌରୀଶଙ୍କର ମାଝୀ ଵାଜିମାତ କରିଥିଲେ। ତେବେ ଅଦିନିଆ ଵର୍ଷା ଭଳି ରାଜନୈତିକ ସମୀକରଣ ଵଦଳିବାକୁ ନେଇ ଜିଲ୍ଲା ରାଜନୀତି ହଲଚଲ ହୋଇଛି।  କେଉଁ ରାଜନୈତିକ ଉଦ୍ଦେଶ୍ୟ ରଖି କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

    Maximum 500 characters

    ରାଜନୀତି View all

    Find Us on Facebook