ମୁଖ୍ୟ ଖବର
ଭଦ୍ରକ: ଭଦ୍ରକରେ ବିଜୁ ଜନତା ଦଳ (ବିଜେଡି)କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛିଫ ବରିଷ୍ଠ ରାଜନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ତଫା ଦେଇଛନ୍ତି।
ପ୍ରୟାସକାନ୍ତି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାଥିବା ନେଇ ଘୋଷଣା କରିଛନ୍ତି। ଏହା ଯୋଗୁ ସ୍ଥାନୀୟ ଅଞ୍ଚଳର ରାଜନୈତିକ ଦୃଶ୍ୟପଟରେ ଏକ ପରିବର୍ତ୍ତନ ଆସିବ ବୋଲି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ପ୍ରୟାସକାନ୍ତି ୨୦୦୩ ମସିହାରେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଭାବରେ କାର୍ୟ୍ୟ କରିବା ଏବଂ ପୂର୍ବରୁ ବିଜେଡିର ରାଜ୍ୟ ସମ୍ପାଦକ ଭାବରେ ଦାୟିତ୍ୱ ତୁଲାଇଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ ପ୍ରୟାସକାନ୍ତିଙ୍କ ଦଳ ଛାଡିବା ଭଦ୍ରକରେ ଦଳର ସ୍ଥିତି ଉପରେ ପ୍ରଭାବ ପଡ଼ିବା ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।
Comments ସମସ୍ତ ମତାମତ