ମୁଖ୍ୟ ଖବର
ଭୁବନେଶ୍ଵର: ବିଜେଡି କଳି ଭିତରେ ବିଷୋଦଗାର କରିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା ଏବଂ ବିରଞ୍ଚି ମହାସୁପକାର । ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ତାଲିକା ପ୍ରକାଶ ପାଇବା ପୂର୍ବରୁ ବିଜେଡିର ଏହି ଦୁଇ ଯୁବନେତା ଠିଆ କରିଛନ୍ତି ନୂଆ ବିବାଦ । ରାଜ୍ୟ ପରିଷଦ ସଦସ୍ୟ ତାଲିକାରୁ ଅମରେଶ ଜେନା ବାଦ୍ ପଡ଼ିଥିବାରୁ ଏହାକୁ ନେଇ ତାତିଛନ୍ତି ଅମରେଶ ଓ ତାଙ୍କ ସମର୍ଥକ । ଗତକାଲି ରାତିରେ ସେମାନେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଘେରିଥିବା ବେଳେ ଆଜି ଗଣମାଧ୍ୟମ ଆଗରେ ବର୍ଷିଛନ୍ତି । କହିଛନ୍ତି ଦଳର କିଛି ନେତା ନିଜର ମନମୁଖୀ ଚଳାଇଛନ୍ତି । ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଦଳରେ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଏହି ଦୁଇ ବିଜେଡି କର୍ପୋରେଟର ।
ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଷୋଦଗାର । କହିଲେ ଠିକରେ ଚାଲୁନି ଦଳ । ବିଜେଡିରେ କିଛି ନେତା ଚଳାଇଛନ୍ତି ମନମୁଖୀ କାରବାର । ରାଜ୍ୟ ପରିଷଦ ସଦସ୍ୟ ତାଲିକାରୁ ଅମରେଶ ଜେନା ବାଦ୍ ପଡ଼ିବାକୁ ନେଇ ତାତିଛନ୍ତି ଅମରେଶ ଓ ତାଙ୍କ ସମର୍ଥକ । ଗତକାଲି ବିଳମ୍ବିତ ରାତିରେ ଏନେଇ ସେମାନେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ଘେରିଥିବା ବେଳେ ଆଜି ଗଣମାଧ୍ୟମ ସାମ୍ନାରେ ବର୍ଷିଛନ୍ତି।
ଅମରେଶ କହିଛନ୍ତି ଯେ, ବିଜେଡିରେ ୪ରୁ ୫ଜଣ ନେତା ମନମୁଖୀ ଚଳାଇଛନ୍ତି । ଦଳରେ କ୍ଷମତା କେନ୍ଦ୍ର ହେବାକୁ ଏମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ଯେଉଁମାନେ କାମ କରୁଛନ୍ତି, ସେମାନଙ୍କୁ ଦଳରେ ଅଣଦେଖା କରାଯାଉଛି । ସେହିଭଳି ବିଜେଡି କର୍ପୋରେଟର ବିରଞ୍ଚି ମହାସୁପକାର କହିଛନ୍ତି ହାରିଥିବା ନେତାମାନେ ଦଳର ଦାୟିତ୍ବ ନେଇପାରିବେନି । ଯୁବ ଶକ୍ତିମାନଙ୍କୁ ଏକାଠି କରିବାର ଆବଶ୍ୟକତା ରହିଛି । କିଛି ଲୋକଙ୍କ ପ୍ରରୋଚନାରେ ଦଳୀୟ ସଂଗଠନ ନଭାଙ୍ଗୁ ବୋଲି ଆମେ ଚାହୁଁଛୁ ।
ସେପଟେ ଭୁବନେଶ୍ବରରେ ଏହି ଦୁଇ କର୍ପୋରେଟର ଆଣିଥିବା ଅଭିଯୋଗର ଜବାବ୍ ରଖିଛନ୍ତି ଦଳୀୟ ମୁଖପାତ୍ର ଲେନିନ୍ ମହାନ୍ତି । ସେ କହିଛନ୍ତି, ଏଯାଏଁ ତାଲିକା ପ୍ରକାଶ ପାଇନି । ତାକୁ ନେଇ ତମ୍ବି ତୋଫାନ କରିବାର କୌଣସି କାରଣ ନାହିଁ। ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତେ କାମ କରୁଛନ୍ତି । ଉଭୟ ନେତା ଟିକେ ଧୈର୍ୟ୍ୟ ଧରିବା ଦରକାର । ଦଳ ଏକଦମ୍ ଭଲ ଭାବରେ ଚାଲିଛି । ଦଳକୁ ୪/୫ଜଣ ନେତା ବୁଡ଼ାଇବା କଥା ଆଗକୁ ଆଲୋଚନା ହେବ ବୋଲି କହିଛନ୍ତି ଲେନିନ୍ ମହାନ୍ତି ।
ନବମ ଥର ପାଇଁ ନବୀନ ବିଜେଡିର ସଭାପତି ହୋଇଛନ୍ତି ସତ । ହେଲେ ପୂର୍ବ ଅପେକ୍ଷା ଏବେ ବିଜେଡି ସଂଗଠନକୁ ନେଇ ସଭାପତିଙ୍କ ସାମ୍ନାରେ ଅନେକ ଚାଲେଂଜ୍ ଠିଆ ହୋଇଛି । ଏଯାଏଁ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ ପାଇନଥିଲେ ମଧ୍ୟ କିଛି ନେତା ଏଥିରୁ ବାଦ୍ ପଡ଼ିବା ଆଶଙ୍କା କରି ବୟାନବାଜି ଆରମ୍ଭ କରିଦେଲେଣି । ଏମିତିରେ ସମସ୍ତଙ୍କ ଭିତରେ ସମନ୍ବୟ କିଭଳି ରଖାଯିବ ତା ଉପରେ ରହିବ ନଜର ।
Comments ସମସ୍ତ ମତାମତ