Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନଈ ନଦେଖୁଣୁ ଲଙ୍ଗଳା: ଦେବୀ ମିଶ୍ର

    Share on :
    ajab-Image
    Date: Apr 14, 2025    Views: 3797

    ଭୁବନେଶ୍ୱର:  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚିଠି ଲେଖି କିଛି ପ୍ରସ୍ତାବ ଦେବା ପ୍ରସଙ୍ଗରେ ସୋମବାର ନିଜର ପ୍ରତିକ୍ରିୟା ରଖିଛନ୍ତି ଦେବୀ ମିଶ୍ର ।

    ସେ କହିଛନ୍ତି ଯେ ହାଇଜାକ କଥା ରଣେନ୍ଦ୍ର ବାବୁ ଭଲରେ ବୁଝାଇପାରିବେ । ଦଳକୁ ହାଇଜାକ କଥା ସେ ଅଧିକ ଜାଣିଥିବେ, ତାଙ୍କର ସେ ବିଷୟରେ ଉପଲବ୍ଧି ଥିବ । ଏପରିକି ଆଗରୁ କିଏ ହାଇଜାକ କରିଦେଇଛି ବି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଆମେ ନଈ ନଦେଖୁଣୁ କାହିଁକି ଲଙ୍ଗଳା ହେବା । ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ । ସବୁ ବର୍ଗଙ୍କୁ କାମ ଦେଉଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

    ପ୍ରକାଶ ଯେ ଆଠଗଡ଼ ବିଧାୟକ ତଥା ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁବିଜେଡି ସୁପ୍ରିମୋ  ମୁଖିଆ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦଳ ସମ୍ପର୍କରେ କିଛି ପ୍ରସ୍ତାବ ବା ପରାମର୍ଶ ମୁଖିଆଙ୍କୁ ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

    ଦଳ ପୂର୍ବରୁ ମହିଳାମାନଙ୍କୁ ଅଗ୍ରାଧିକାର ଦେଇଥିବା ବେଳେ ଏବେ ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି ରଣେନ୍ଦ୍ର। ବିଜେଡି ସାମାଜିକ ନ୍ୟାୟ, ଧର୍ମ ନିରପେକ୍ଷତା, ଆଞ୍ଚଳିକ ସନ୍ତୁଳନକୁ ନେଇ ବଢ଼ୁ, ଏସସି,ଏସ୍‌ଟି, ମହିଳାଙ୍କୁ ସଂଖ୍ୟା ଅନୁପାତରେ ବିଜେଡିରେ ସ୍ଥାନ ମିଳୁ ବୋଲି ସେ କହିଛନ୍ତି। ତେଣୁ କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜାକ କରିବାକୁ ନଦିଆଯାଉ, ଧର୍ମ ନିରପେକ୍ଷତା ଓ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ପାଇଁ ପଦେଷକ୍ଷପ ନିଆଯାଉ ବୋଲି ସେ ତାଣ୍କ ଚିଠିରେ କହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook