ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡିର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ମୂଷା ଉପାଖ୍ୟାନ ଜାରି ରହିଛି । "ଏ ମୂଷାକୁ ଖାଇପାରିବନି, କି ମାରିପାରିବନି । ଗୁଡ଼େଇ ଗୁଡେଇକି ଅଣ ନିଶ୍ୱାସୀ କରିକି ମାରିବ । ମୂଷା ସବୁଠି ଥାଏ ବିଜେଡିରେ ରହିବେନି କେମିତି ? ମୂଷାର ପ୍ରଜନନ କ୍ଷମତା ଅଧିକ । ମୋ ଘର କଂକ୍ରିଟ ମୂଷା ପଶିବନି ।"ସମ୍ବିତ ଆହୁରି ମଧ୍ୟ କହିଛନ୍ତି, "ଦଳରେ ସୃଷ୍ଟି ହୋଇଥିବା ଅବିଶ୍ୱାସର ବାତାବରଣ ଶେଷ ହେବ । ନବୀନ ପଟ୍ଟନାୟକଙ୍କୁ କିଏ କ୍ଷତି ପହଁଚାଇବ ଆମେ ବାହାରିବୁ । ନୂଆ ରୂପରେ ନବୀନଙ୍କୁ ଦେଖିବେ । ଯାହାର ଯାହା ଅଭିଯୋଗ ଅଛି ସେମାନେ ସଭାପତିଙ୍କୁ ଭେଟନ୍ତୁ । ବରିଷ୍ଠଙ୍କୁ ଦଳର ନବାଗତଙ୍କ ଆକ୍ଷେପ ସମସ୍ତେ ଦେଖୁଛନ୍ତି । ଏ ସବୁ ଜିନିଷ ଦୁଃଖଦାୟକ । ଅତି ପାଖରୁ ମୁଁ ଏ ସବୁ ଦେଖିଛି । ବିଜେଡିରେ ସୃଷ୍ଟି ହୋଇଥିବା ଦ୍ଵନ୍ଦକୁ ନେଇ ଆଗାମୀ ଦିନରେ ପାଣ୍ଡିଆନ ଆଗକୁ ଆସି କହିପାରନ୍ତି । ଆଗକୁ ଅନେକ କିଛି ଘଟିପାରେ । ନବୀନ ଆମ ନେତା, ଏ ପାଟିରୁ ନବୀନଙ୍କ ଗୁଣ ଗାନ ବାହାରିବ । ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ଆଚରଣ ବାହାରିବ । ପରିସ୍ଥିତି ବଦଳିଛି ଆଗକୁ ଭଲ ହେବ ।"
ସମ୍ବିତ କହିଛନ୍ତି, "ଏକ ଅଭାବନୀୟ ଘଟଣା ଘଟିଛି, ତାହାର ତର୍ଜମା ଚାଲିଛି । ଯାହାକୁ ନେଇ ଏତେ ସବୁ ଘଟଣା ଚାଲିଛି । ବରିଷ୍ଠ ଓ କନିଷ୍ଠ ଏକ ସ୍ୱରରେ କହିଛନ୍ତି ଆମ ନେତା ନବୀନ ପଟ୍ଟନାୟକ । ଦଳରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରାଯାଇଛି । ଏଥିପାଇଁ ଦଳର ସଭାପତି ପଦକ୍ଷେପ ନେବେ । ଆମ ବିଷୟରେ ପଟ୍ଟନାୟକଙ୍କୁ ଭୁଲ ଚିତ୍ରଣ କରାଯାଉଥିବ । ଆଗାମୀ ଦିନରେ ସେମିତି କିଛି କାର୍ୟ୍ୟକ୍ରମ ହେବାକୁ ଯାଉଛି, ଯାହା ବରିଷ୍ଠଙ୍କୁ ଭଲ ଲାଗିବ । ଆଜି ଯାହା ଆଖିକୁ କଷ୍ଟ ଲାଗୁଛି ସୂର୍ୟ୍ୟଦୋୟ ପରେ ଭଲ ଲାଗିବ । କର୍ମୀଙ୍କ ମନରେ ଯାହା ଅଛି ନବୀନ ପଟ୍ଟନାୟକ ଯବନିକା ପକେଇବେ। ସଭାପତି ବରିଷ୍ଠଙ୍କୁ ସାଙ୍ଗରେ ନେଇ ବାହାରିବେ ।"
Comments ସମସ୍ତ ମତାମତ