Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଲୁଚିଗଲା କି ବିଜେଡିର ୱାକଫ୍ ବିଲ୍ ପ୍ରସଙ୍ଗ ?

    Share on :
    ajab-Image
    Date: Apr 11, 2025    Views: 3729

     ଭୁବନେଶ୍ୱର:  ଲୁଚିଗଲା କି ବିଜେଡିର ୱାକଫ୍ ବିଲ୍ ପ୍ରସଙ୍ଗ ? ରାଜ୍ୟସଭାରେ ବିବେକ ଅନୁଯାୟୀ ଭୋଟ ଦେବାକୁ କିଏ ନେଇଥିଲା ନିଷ୍ପତ୍ତି ? ରାଜ୍ୟସଭାର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ନିଜେ ଏହି ନିଷ୍ପତ୍ତି ନେଇଥିଲେ ନା ତାଙ୍କ ଉପରେ କିଏ ଚାପ ସୃଷ୍ଟି କରିଥିଲା । ଗତ ଦୁଇ ତିନି ଦିନର ପରିସ୍ଥିତିକୁ ସମୀକ୍ଷା କଲେ ଏହି ପ୍ରସଙ୍ଗରେ ଦୁର୍ବଳତାକୁ ଲୁଚାଇବାକୁ ଦଳ ପକ୍ଷରୁ ଉଦ୍ୟମ କରାଯାଉଥିବା ଦେଖିବାକୁ ମିଳୁଛି । ଗତ ବୁଧବାର ନବୀନ ପଟ୍ଟନାୟକ ମିଡ଼ିଆ ସାମ୍ନାରେ ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରିବା ସହ ବରିଷ୍ଠ ନେତାମାନଙ୍କୁ ନାଲିଆଖି ଦେଖାଇଥିଲେ । ହେଲେ ୱାକଫ୍ ପ୍ରସଙ୍ଗରେ ପଦୁଟିଏ କହିନଥିଲେ । ଏହା ପୂର୍ବରୁ ନବୀନଙ୍କ ନିକଟରେ ଫେରାଦ ହୋଇସାରିଛନ୍ତି ବିଜେଡିର ସଂଖ୍ୟାଲଘୁ ସାଂସଦ ମୁନା ଖାନ୍ । ଏପରିକି ସସ୍ମିତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ସୁପ୍ରିମୋଙ୍କ ନିକଟରେ ଦାବି କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ସସ୍ମିତ ଓ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ନିର୍ଦ୍ଦେଶ ଦେଇଥିବା ବାହ୍ୟଶକ୍ତି ପ୍ରସଙ୍ଗରେ କାହିଁକି ଚୁପ୍ ଅଛନ୍ତି ନବୀନ ? ବରଂ ହୋଟେଲରେ ବୈଠକ କରିଥିବା ନେତାଙ୍କୁ ନାଲି ଆଖି ଦେଖାଇଛନ୍ତି । ନବୀନଙ୍କ ନାଲିଆଖି ପରେ ଡରିଯିବେ କି ବରିଷ୍ଠ ନେତା? ନା ପୂର୍ବ କାର୍ୟ୍ୟାନୁଷ୍ଠାନ ଦାବିରେ କାଏମ ରହିବେ? ବିଜେଡିର ଅନ୍ଦର ମହଲରେ ଏବେ ଏପରି କିଛି ଆଲୋଚନା ହେଉଥିବା ଚର୍ଚ୍ଚା ଜୋର ଧରିଛି ।

    Maximum 500 characters

    ରାଜନୀତି View all

    Find Us on Facebook