Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନ ବାବୁଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରି ନାହାନ୍ତି: ଅତନୁ

    Share on :
    ajab-Image
    Date: Apr 9, 2025    Views: 4105

    ଭୁବନେଶ୍ୱର:ରାଜ୍ୟସଭାରେ ୱାକଫ ବିଲକୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ବିଜେଡିରେ ତୁମ୍ବିତୋଫାନ ସୃଷ୍ଟି ହୋଇଛି । କାରଣ ବିଲ୍‌କୁ ସମର୍ଥନ କରିନଥିଲେ ସାଂସଦ ମୁନ୍ନା ଖାନ୍ । ଏହାପରେ ନବୀନ ନିବାସ ପ୍ରତିଦିନ ନେତାଙ୍କ ଭିଡ଼ ଲାଗୁଛି । ଆଉ ଆଜି ଅତନୁ ସବ୍ୟସାଚୀ ନାୟକଙ୍କ ଏହାକୁ ନେଇ ପ୍ରତିକ୍ରିୟା ଆସିଛି ।  
     ଅତନୁ କହିଛନ୍ତି, ”ନବୀନ ବାବୁଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରି ନାହାନ୍ତି । କିଏ ନିଜ ସୁବିଧା ପାଇଁ ଚ୍ୟାଲେଞ୍ଜ କରିଥିବେ । ଦେବାଶିଷ ବାବୁ ବି ଚ୍ୟାଲେଞ୍ଜ କରି ନାହାନ୍ତି । ଦଳ ବାହରେ କିଏ କଣ କହିଲେ ସମ୍ପର୍କ କଣ, କାହାକୁ କିଏ କଣ ଆକ୍ଷେପ କଲେ ତାହା ଅଲଗା କଥା । ଦଳ ଦୁଇ ଭାଗ ନୁହେଁ । ନବୀନଙ୍କ ନେତୃତ୍ୱରେ ଦଳ ଏକ । ସବୁ ଏକାଠି ହୋଇ ଅଛୁ । ସବୁବେଳେ ନବୀନ ବାବୁ ଠିକ ନିଷ୍ପତ୍ତି ନେଇଛନ୍ତି । ୱାକଫ ବିଲ୍‌ ସମ୍ପର୍କରେ ସାଂସଦ ମୁନା ଖାନ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଧର୍ମ ନିରପେକ୍ଷତା ବଜାୟ ରହିଛି । ନବୀନ ପଟ୍ଟନାୟକ ଆମ ନେତା ୨୫ ବର୍ଷ ହେଲାଣି ବିଜେଡିର ନେତୃତ୍ୱ ନେଉଛନ୍ତି । ସେ କିଏ ନିଜେ ସୁବିଧା ପାଇଁ ଚ୍ୟାଲେଞ୍ଜ କରିଥିବେ । ଦଳ ଦୁଇ ଭାଗ ନୁହେଁ, ନବୀନଙ୍କ ନେତୃତ୍ୱରେ ଦଳ ଏକ, ସବୁ ଏକାଠି ହୋଇ ଅଛୁ । ସବୁବେଳେ ନବୀନ ବାବୁ ଠିକ ନିଷ୍ପତ୍ତି ନେଇଛନ୍ତି । ଲକ୍ଷଲକ୍ଷ କର୍ମୀ ନବୀନ ବାବୁଙ୍କ ପାଇଁ ଅଛନ୍ତି । ଦଳ ଶୃଙ୍ଖଳିତ, ନବୀନଙ୍କ ନିର୍ଦ୍ଦେଶ କାର୍ୟ୍ୟ  କରିବୁ ।“

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook