ମୁଖ୍ୟ ଖବର
ଭୁବନେଶ୍ୱର: ୱାକଫ୍ ବିଲକୁ ନେଇ ଥମୁନି ବିଜେଡି ବିବାଦ । ପୁଣି ସୋସିଆଲ ମିଡିଆରେ ପୋଷ୍ଟ କରି ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ସୁଲତା ଦେଓ । ପାଣ୍ଡିଆନଙ୍କ ଆଶୀର୍ବାଦରୁ ଦେବାଶିଷ ରାଜ୍ୟସଭା ଯାଇଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ୱାକଫ୍ ବିଲ ବିବାଦକୁ ନେଇ ବିଜେଡି ଏବେ ଦିଫାଳ ହୋଇଯାଇଛି । ଏଭଳି ସ୍ଥିତିରେ ନବୀନ ଦୋଛକିରେ ପଡିଥିବାବେଳେ ଦଳୀୟ ନେତାଙ୍କୁ ମନାଇବା ପରିବର୍ତ୍ତେ ତୁଣ୍ଡରେ ତାଲା ଦେବାକୁ ନବୀନ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି ।
ତେବେ ଏଭଳି କରି କାହାକୁ ସୁରକ୍ଷା ଦେଉଛନ୍ତି ନବୀନ? ଆଗକୁ ଏହା ବିଜେଡି ପାଇଁ ବୁମେରାଂ ହେବନି ତ । ଏହାକୁ ନେଇ ଏବେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି । ୱାକ ଅଫ୍ ବିଲ ସମର୍ଥନରେ ବିଜେଡିର କିଛି ସାଂସଦ ଭୋଟ ଦେବା ପରେ ଦଳର ବରିଷ୍ଠ ନେତାଙ୍କୁ ଚିନ୍ତା ଘାରିଛି । ବିଶେଷକରି ଯେଉଁ ସବୁ ନିର୍ବାଚନମଣ୍ଡଳୀରେ ମୁସଲିମ ଭୋଟ ଅଧିକ ରହିଛି, ସେଠାରେ ବିଜେଡି ନେତାଙ୍କ ଟେନସନ୍ ବଢ଼ି ଯାଇଛି ।
Comments ସମସ୍ତ ମତାମତ