Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୧୧ରେ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିବ ବିଜେଡି

    Share on :
    ajab-Image
    Date: Mar 8, 2025    Views: 2988

    ଭୁବନେଶ୍ବର: ଗତ ସାଧାରଣ ନିର୍ବାଚନରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆସନ୍ତା ୧୧ ତାରିଖରେ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିବେ ବିଜେଡି ପ୍ରତିନିଧି । ଅପରାହ୍ନ ସାଢେ ୩ଟାରେ ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ୭ ଜଣ ସାଂସଦ ନିର୍ବାଚନ କମିଶନଙ୍କୁ ଭେଟି ଭୋଟ ଅନିୟମିତତା ନେଇ ଆଲୋଚନା କରିବେ ।
    ଗତ ଡିସେମ୍ବର ୨୩ ତାରିଖରେ ବିଜେଡି ବରିଷ୍ଠ ସାଂସଦମାନେ ନିର୍ବାଚନ କମିଶନଙ୍କୁ ଭେଟି ଅନିୟମିତତା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ । ରିଟର୍ଣ୍ଣିଂ ଅଫିସର ଦେଉଥିବା ତଥ୍ୟ ଓ ନିର୍ବାଚନ କମିଶନଙ୍କ ତଥ୍ୟରେ ମଧ୍ୟ ସନ୍ଦେହଜନକ ଭାବେ ତାରତମ୍ୟ ରହିଥିଲା । ଗୋଟିଏ ଗୋଟିଏ ବୁଥରେ ମୋଟ ଭୋଟର ସଂଖ୍ୟା ଓ ପୋଲିଂ ସଂଖ୍ୟା ମଧ୍ୟରେ ତାଳମେଳ ନ ଥିଲା । ଗୋଟିଏ ଗୋଟିଏ ବୁଥରେ ଦେଖାଦେଇଥିବା ତାରତମ୍ୟ ସାମଗ୍ରିକ ଭାବେ ଉଭୟ ବିଧାନସଭା ଓ ଲୋକସଭା ଫଳାଫଳକୁ ପ୍ରଭାବିତ କରିଥିବା ବିଜେଡି ଟିମ ଆଶଙ୍କା ପ୍ରକାଶ କରିଥିଲା ।
    ଇଭିଏମ ଓ ଭିଭିପାଟ ବ୍ୟବହାରରେ ଭୋଟିଂକୁ ଦେଖାଦେଇଥିବା ଏଭଳି ତାରତମ୍ୟ ପୂରା ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଜଣେ ଭୋଟର ବୁଥରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ ଦେବାର ବ୍ୟବସ୍ଥା ରହିଛି । ଅତି କ୍ଵଚିତ ଘଟଣାରେ ଭୋଟର କେବଳ ଲୋକସଭା ପାଇଁ ଭୋଟ ଦେଇ ବିଧାନସଭା ପାଇଁ ଭୋଟ ଦେଇ ନଥିବେ । କିନ୍ତୁ ମାତ୍ରାଧିକ ଭୋଟରଙ୍କ କ୍ଷେତ୍ରରେ ଏହା କିଭଳି ସମ୍ଭବ ବୋଲି ବିଜେଡି ପ୍ରଶ୍ନ କରିଥିଲା ।

    ସେହିଭଳି ଭୋଟିଂ ବନ୍ଦ ହେବା ପରେ ମଧ୍ୟ ଇଭିଏମରେ ଭୋଟ ପଡିଥିବା ସନ୍ଦେହ ହେଉଛି। କାରଣ ଭୋଟ ଦିନ ରାତି ୧୧ଟା ୪୫ରେ ଭୋଟିଂ ହାର ଓ ଦୁଇ ଦିନ ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ଚୁଡାନ୍ତ ଭୋଟିଂ ହାର ମଧ୍ୟରେ ସାଧାରଣ ଭାବେ ଏକ କିମ୍ବା ଦୁଇ ପ୍ରତିଶତ ତାରତମ୍ୟ ରହିବା କଥା । କିନ୍ତୁ କେନ୍ଦୁଝର ବିଧାନସଭା ଆସନ ପରି କିଛି ଆସନରେ ଏହି ତାରତମ୍ୟ ପ୍ରାୟ ୧୦ ପ୍ରତିଶତରୁ ଅଧିକ । ଏମିତି କିଛି ସନ୍ଦେହକୁ ନେଇ ବିଜେଡି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

    Maximum 500 characters

    ରାଜନୀତି View all

    Find Us on Facebook